ବସ୍‌ରୁ ଖସିପଡ଼ି କଣ୍ଡକ୍ଟର ମୃତ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ସମ୍ବଲପୁର : ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀଟକିଜ ଛକରେ ରବିବାର ସକାଳୁ ବସ୍‌ରୁ ଖସିପଡ଼ି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରେଢ଼ାଖୋଲର ନବୀନ ସାହୁ(୩୮)। ଏନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କ ଶବ ହସ୍ତାନ୍ତର କରିଥିବା ସମୟରେ ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଭୁବନେଶ୍ବରରୁ ବୁର୍ଲା ଯାଏ ଆସୁଥିବା ଶିବମ୍‌ ବସ୍‌ ଲକ୍ଷ୍ମୀଟକିଜ ଛକରେ ପହଞ୍ଚିଥିଲା। ଏହି ସମୟରେ କଣ୍ଡକ୍ଟର ନବୀନ ଓ ଗାଡ଼ିର ହେଲପର ବସ୍‌ ଛାତକୁ ଚଢ଼ି ଜିନିଷ ପତ୍ର ବାନ୍ଧୁଥିବା ସମୟରେ ବସ୍‌ଟି ହଠାତ୍‌ ଗଡ଼ିଯାଇଥିଲା। ଫଳରେ ନବୀନ ବସ୍‌ରୁ ତଳକୁ ଗଳି ପଡ଼ିଥିଲେ। ଏହି ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe