Conflict in BJP: ଗଜପତି ବିଜେପିରେ ଗଞ୍ଜାମ ନେତାଙ୍କ ପ୍ରଭାବ, ସଂଗଠନ ସଦୃଢ ହେବା ବଦଳରେ ବଢୁଛି ଗୋଷ୍ଠୀକନ୍ଦଳ

ଗଜପତି ରେ ଗଞ୍ଜାମ ରାଜନେତାଙ୍କ ପ୍ରଭାବ , ଜାରି ରହିଛି । ଦୁର୍ବଳ ସଂଗଠନକୁ ସଜାଡିବା ବଦଳରେ ଲାଗି ରହିଛି ଗୋଷ୍ଠୀ ବିବାଦ, ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି ...

bjp flag

ପାରଳାଖେମୁଣ୍ଡି: ଗଜପତି ରେ ଗଞ୍ଜାମ ରାଜନେତାଙ୍କ ପ୍ରଭାବ , ଜାରି ରହିଛି ବଡ ଭାଇ ପଣିଆ , ସାଂସଦଙ୍କ ଗୋଟିଏ ଗୋଷ୍ଠୀ , ମନ୍ତ୍ରୀଙ୍କ ଆଉ ଗୋଟିଏ ଗୋଷ୍ଠୀ, ପୁରୁଣା ନୁଆ ନେତା ଫେଣ୍ଟା ଫେଣ୍ଟି। ଦୁର୍ବଳ ସଂଗଠନକୁ ସଜାଡିବା ବଦଳରେ ଲାଗି ରହିଛି ଗୋଷ୍ଠୀ ବିବାଦ, ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଗୋଟିଏ ଗୋଷ୍ଠୀ ଉପସ୍ଥିତି ରହୁଥିବା ବେଳେ ସାଂସଦଙ୍କ ଗସ୍ତ ସମୟରେ ଆଉ ଗୋଟେ  ଗୋଷ୍ଠୀଙ୍କ ସାଂସଦ ଙ୍କ ପାଖ ଛାଡୁ ନାହାନ୍ତି ।

ସେପଟେ ରାଜ୍ୟରେ ବିଜେପି  ସରକାର ଗଠନ ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ରାଜ୍ୟରେ ସଂଗଠନ ସୁଦୃଢ ହେବାରେ ଲାଗିଛି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଗଜପତି ବିଜେପିରେ ଗୋଷ୍ଠୀ କନ୍ଦଳ ଜଳ ଜଳ ହୋଇ ଦିଶୁଛି। ଯାହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଅନ୍ୟ ପକ୍ଷରେ ଜିଲ୍ଲାରେ ବିଜେଡ଼ି ଓ କଂଗ୍ରେସର ପୂର୍ବ  ସ୍ଥିତି ବଜାୟ ରହିଛି।  ଓଡିଶାରେ ଯେଉଁ ସମୟରେ ଯେଉଁ ସରକାର ରହୁଛନ୍ତି ପାରଳାଖେମୁଣ୍ଡିରେ ତାର ବିରୋଧ ଦଳର ବିଧାୟକ ରହିଥାନ୍ତି, ସମାନ ଭାବରେ ଗଜପତି ଜିଲ୍ଲାର ଅନ୍ୟତମ ନିର୍ବାଚନମଣ୍ଡଳୀ ମୋହନାରେ ମଧ୍ୟ ବିରୋଧୀ ଦଳ ଅର୍ଥାତ୍ କଂଗ୍ରେସ ଦଳର ବିଧାୟକ ରହିଛନ୍ତି  କିନ୍ତୁ ଗତ ସାଧାରଣ ନିର୍ବାଚନ ପୁର୍ବରୁ ରାଜ୍ୟରେ ବିଜୁ ଜନତା ଦଳର ସରକାର ଥିବା ବେଳେ ଏଠି ବିଜେପିର ବିଧାୟକ ରହିଥିଲେ  ,ସଂଗଠନକୁ ସୁଧାରି ନପାରି ପଞ୍ଚାୟତ ଓ ପୌର ନିର୍ବାଚନ ରେ ପଛରେ ପଡିଯାଇଥିଲା ବିଜେପି।

ବିଜେପିର ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ

ଯାହା ଫଳରେ ସମସ୍ତ ବ୍ଳକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୈରାଧକ୍ଷା ପଦବି ମଧ୍ୟ ହାତେଇ ନେଇଥିଲା ବିଜେଡ଼ି।  ତେବେ ପରବର୍ତ୍ତୀ ସମୟରେ ରାଜ୍ୟରେ ବିଜେପି ସରକାରକୁ ଆସିଥିଲେ ମଧ୍ୟ ଜିଲ୍ଲା ବିଜେପିର ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆସି ପାରିନାହିଁ। ସରକାରକୁ ଆସିବା ପରେ ସାରା ଓଡ଼ିଶାରେ କର୍ମି ସକ୍ରିୟ ହୋଇଛନ୍ତି, ସଂଗଠନ ଅଧିକ ସୁଦୃଢ ହେଉଥିବା ବେଳେ ଗଜପତିରେ ତାର ଓଲଟା ପରିସ୍ଥିତି ଦେଖାଦେଇଛି। ଦଳୀୟ ନେତା ପଦବି ଲାଳସାରେ ଭାଗ ଭାଗ ହୋଈଥିବା ବେଳେ ବାଦବିବାଦ ଲାଗି ରହିଛି। ଜିଲ୍ଲା ସଭାପତି ପାଇଁ ଦୁଇ ଗୋଷ୍ଠୀଙ୍କ ଟଣାଓଟରା ପରେ ସ୍ଥିତି  ସୁଧାରିବା ପାଇଁ ଗୋଷ୍ଠି ବାହାରୁ ନବ କିଶୋର ଶବରଙ୍କୁ ଦଳ ସଭାପତି ଦାୟିତ୍ୱ ଦିଆଯାଇଛି  ହେଲେ ଏବେ ତାଙ୍କର ବି ଆଉ ଏକ ଗୋଷ୍ଠୀ ମୁଣ୍ଡ ଟେକିଛି।

କ’ଣ ରଣନୀତି କରିବ ବିଜେପି?

ଅନ୍ୟପକ୍ଷରେ ବିଜେଡ଼ି ପାରଳାଖେମୁଣ୍ଡିରେ ସଙ୍ଘଠିତ ହୋଇ ରହିଥିବା ବେଳେ ପୂର୍ବ ସଭାପତିଙ୍କୁ ବିଜେଡି ଦାୟିତ୍ଵ ଦେବା ସହ ବିଧାୟକଙ୍କ ନେତୃତ୍ବରେ ସବୁ କାର୍ଯ୍ୟକ୍ରମ ସଫଳ ଭାବରେ କରୁଛି। ସେପଟେ ମୋହନା ନିର୍ବାଚନ ମଣ୍ଡଳୀରେ ମଧ୍ୟ କଂଗ୍ରେସ ତାର ସ୍ଥିତିକୁ ବଜାୟ ରଖିବା ସହ ପୁଣି ଥରେ ଦାସରଥି ଗମାଙ୍ଗକୁ ସଭାପତି ଦାୟିତ୍ୱ ଦେଇଛି। କିନ୍ତୁ ବିଜେଡି ଓ ବିଜେପିର ସଂଗଠନ ଥାଇ ମଧ୍ୟ କଂଗ୍ରେସ ମୋହନାରେ ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ କରି ନିଜର ସ୍ଥିତି ଜାହିର କରିଆସିଛି। ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ଦଳ କଣ ରଣନୀତି ଆପଣାଉଛି, କିଭଳି ଦୁଇ ବିରୋଧୀ ଦଳର ସଙ୍ଗଠନକୁ ଭାଙ୍ଗି ପଞ୍ଚାୟତ ହାତକୁ ନେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ମଧ୍ୟରେ ଯଦି ଏଭଳି ଗୋଷ୍ଠୀ ବାଦ ଲାଗିରହେ ତାହାହେଲେ ପୁଣିଥରେ ପଛରେ ପଡିଯାଇପାରେ ବୋଲି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ତାରିଣୀ ପ୍ରସାଦ ପଣ୍ଡା ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe