ରାସ୍ତା ମରାମତିକୁ କେନ୍ଦ୍ର କରି ଗଣ୍ଡଗୋଳ; ଠିକାଦାରଙ୍କୁ ମାଡ଼

Advertisment
ରାସ୍ତା ମରାମତିକୁ କେନ୍ଦ୍ର କରି ଗଣ୍ଡଗୋଳ; ଠିକାଦାରଙ୍କୁ ମାଡ଼

ବଲାଙ୍ଗୀର: ଆଗଲପୁର ଥାନା ରୋତ ଗାଁରେ ରାସ୍ତା ମରାମତିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଗାଁରେ ରାସ୍ତା କାମ ଚାଲୁଥିବା ବେଳେ ଠିକାଦାର ମୁକେଶ ପଟେଲଙ୍କୁ ଗାଁର କିଛି‌ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗାଁରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା।

ଗ୍ରାମବାସୀ ପୁଲିସ୍‌କୁ ଦୀର୍ଘ ସମୟ ଧରି ଅଟକ ରଖି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଖବରପାଇ ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ, ଥାନା ଆଇଆଇସି ବାସୁଦେବ ଭୋଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe