ଦ୍ୱନ୍ଦ୍ୱ ଦୂର ହେଲା: ଏବେ ଏହି ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା....

ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା...

Confusion cleared: Now Saraswati Puja will be celebrated on this date....

Confusion cleared: Now Saraswati Puja will be celebrated on this date....

ପୁରୀ: ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି ।

ଚଳିତ ବର୍ଷ ବିଭିନ୍ନ ପାଞ୍ଜିରେ ସରସ୍ୱତୀ ପୂଜା ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ କରାଯାଇଥିଲା। ଫଳରେ ଏନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା।  

ତେବେ ଫେବ୍ରୁଆରି ୨ ତାରିଖ ରବିବାର ଦିନ ଶ୍ରୀପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ

ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ  ସୂଚନା ଜାରି କରିଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ମଧ୍ୟ ଅନୁକୂଳ କରାଯିବ ବୋଲି ନୀତି ପ୍ରଶାସକ କହିଛନ୍ତି।

ଅଧିକ ପଢ଼ନ୍ତୁ: ରଣନୀତି ବଦଳାଉଛନ୍ତି ମାଓବାଦୀ: ଯବାନଙ୍କୁ ଟା‌ର୍ଗେଟ କରି ବ୍ୟବହାର କରୁଛନ୍ତି ବୋତଲ ବୋମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe