Sambad English
ଟମକା: ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ଗ୍ରାମରେ ଏକ ମନ୍ଦିର ନିର୍ମାଣକୁ ନେଇ ଗତ ୬ ତାରିଖରେ ସେହି ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗାଁର ହରିହର ବେହେରା ଓ ତାଙ୍କ ପୁଅ ସଦାନନ୍ଦ ଗୁରୁତର ଆହତ ହୋଇଥିଲେ। ଅନ୍ୟପକ୍ଷରେ ସେହି ଗ୍ରାମର ଗୁଣମଣି ଜେନା, ତାଙ୍କ ପତ୍ନୀ ଜୟନ୍ତୀ ଜେନା ମଧ୍ୟ ହରିହର ଏବଂ ତାଙ୍କପୁଅ ସଦାନନ୍ଦ ସେମାନଙ୍କୁ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଥିଲେ।
ଏନେଇ ଟମକା ଥାନାରେ ୬୫/୨୩ ଓ ୬୬/୨୩ ରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଗଣ୍ଡଗୋଳରେ ସଂପୃକ୍ତ ଗୁଣମଣି ଜେନାଙ୍କ ପୁଅ ସ୍ବରାଜ ଏବଂ ଗୋବର୍ଦ୍ଧନପୁର ଗାଁର ଭରତ ବଳଙ୍କ ପୁଅ ରାଜେଶକୁ ଆଜି ପୁଲିସ୍ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।
Follow Us