ସୀମା ବିବାଦ ସମାଧାନ ପାଇଁ ପଦଯାତ୍ରା: ଉତ୍କଳ ସମ୍ମିଳନୀ ପକ୍ଷରୁ ମୁକ୍ତିକାନ୍ତଙ୍କୁ ସମ୍ବର୍ଧନା

Advertisment
ସୀମା ବିବାଦ ସମାଧାନ ପାଇଁ ପଦଯାତ୍ରା: ଉତ୍କଳ ସମ୍ମିଳନୀ ପକ୍ଷରୁ ମୁକ୍ତିକାନ୍ତଙ୍କୁ ସମ୍ବର୍ଧନା

ଭୁବନେଶ୍ବର : ଓଡ଼ିଶାର ଦକ୍ଷିଣାଞ୍ଚଳରେ ଥିବା ଆନ୍ଧ୍ର ପାର୍ଶ୍ବବର୍ତ୍ତୀ ସୀମାନ୍ତ ଗ୍ରାମ, ନଦୀ, ପାହାଡ଼, ଜଙ୍ଗଲକୁ ଜବରଦସ୍ତ ଦଖଲ ପାଇଁ ନାନାପ୍ରକାର ଅପକୌଶଳରୁ ଆନ୍ଧ୍ର ସରକାରଙ୍କୁ କ୍ଷାନ୍ତ କରିବା ପାଇଁ ତଥା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ଉଦ୍ଦେଶ୍ୟରେ ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ପଦଯାତ୍ରା କରିଥିଲେ। ଦୁଇ ରାଜ୍ୟ ଭିତରେ ଭାଇଚାରା ସୃଷ୍ଟି କରିବା ସେ ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ କରି ନଭେମ୍ବର ୮ ରେ ଆନ୍ଧ୍ରର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଓ ବିରୋଧୀ ଦଳର ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।

ଭୁବନେଶ୍ବରରୁ ଅମରାବତୀ ୮ଶହ କିଲୋମିଟର ରାସ୍ତାକୁ ୩୮ ଦିନରେ ପାର୍‌ କରି ଆନ୍ଧ୍ରପ୍ରଦେଶ ଜନତାଙ୍କ ମନରେ ଭାଇଚାରାର ବାତାବରଣ ସୃଷ୍ଟି କରିଥିଲେ। ମୁକ୍ତିକାନ୍ତଙ୍କ ଏହି କାମ ପାଇଁ ରବିବାର ଦିନ ତାଙ୍କୁ ଲୋହିଆ ଏକାଡେମିଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର୍‌ ଅଦ୍ବୈତ କୁମାର ପାତ୍ର, ସାଧାରଣ ସଂପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ନୀଳମାଧବ ସାହୁ, ଶଶାଙ୍କ ମହାନ୍ତି, ଗୋପାଳ ଜେନା, ସୁଜିତ ସାମଲ, ଶତ୍ରୁଜିତ ସାମଲ, ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe