ଜୟଦେବ ପ୍ରେସ୍‌ ୟୁନିଅନ୍‌ ପକ୍ଷରୁ ପାଲା ଗାୟକଙ୍କୁ ସମ୍ବର୍ଦ୍ଧନା

Advertisment

୧୦ ଗାୟକଙ୍କୁ ‘ଜୟଦେବ ଗାୟକରତ୍ନ’ ସମ୍ମାନ

୧୦ ଗାୟକଙ୍କୁ ‘ଜୟଦେବ ଗାୟକରତ୍ନ’ ସମ୍ମାନ

ଜୟଦେବ ପ୍ରେସ୍‌ ୟୁନିଅନ୍‌ ପକ୍ଷରୁ ପାଲା ଗାୟକଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ସ୍ଥାନୀୟ ଭୁବନପୁରସ୍ଥିତ ଉତ୍ତରମୁଖୀ ପୀଠ ପରିସରରେ ଶ୍ରୀ ଜୟଦେବ ପ୍ରେସ୍ ୟୁନିୟନ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଅଞ୍ଚଳର ୧୧ଜଣ ବିଶିଷ୍ଟ ପାଲା ଗାୟକଙ୍କୁ ‘ଜୟଦେବ ଗାୟକରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୟୁନିଅନ୍‌ର ସଭାପତି ନିରଞ୍ଜନ ସେନାପତିଙ୍କ ଅଧ୍ୟକ୍ଷତାରେ ତହସିଲଦାର ସରୋଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପାଲା ସଂସ୍କୃତି ଓଡ଼ିଆ ଜାତିର ପ୍ରାଣ ସ୍ପନ୍ଦନ।

ଲୋକକଳା, ସଂସୃତିକୁ ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଅର୍ଜୁନ ପାଇକରାୟ କହିଥିଲେ, ପରିବର୍ତ୍ତିତ ପରିସ୍ଥିତିରେ ବି ପାଲା ସଂସ୍କୃତି ମୌଳିକତା ବଜାୟ ରଖିଛି। ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ରନାଥ ଛୋଟରାୟ ଏବଂ କାଶୀନାଥ ଜେନା କହିଥିଲେ ଯେ ଏହି ପ୍ରାଚୀନ ଲୋକକଳାକୁ ଉଜ୍ଜୀବିତ କରି ରଖିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରଖିବା ଜରୁରୀ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଶାନ୍ତ ସାହୁ, ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ, ଥାନା ଅଧିକାରୀ ଯୁବରାଜ ସ୍ୱାଇଁ, ପାହାଳ ଥାନା ଅଧିକାରୀ ଷ୍ଟାଲିନ୍‌ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ ଓ ହରପ୍ରସାଦ ଦାଶ, ଓଡ଼ିଶା ପତ୍ରକାର ସଂଘ ସଭାପତି ଅବିନାଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଜୟଦେବ ଗାୟକରତ୍ନ ସମ୍ମାନ ପାଇଥିବା ପାଲା ଗାୟକମାନେ ହେଲେ ସୁରେନ୍ଦ୍ର ନାଥ ଛୋଟରାୟ, କାଶିନାଥ ଜେନା, ସନ୍ତୋଷ କୁମାର ବେହେରା, ବଂଶୀଧର ଓଝା, ସାରଙ୍ଗଧର ଶତପଥୀ, ବେଣୁଧର ମହାରଣା, ଅଗାଧୁ ଚରଣ ବେହେରା, ସୋନିଆ ମହାପାତ୍ର, ସୁକାନ୍ତ ପରିଡ଼ା ପ୍ରମୁଖ। ପ୍ରେସ୍‌ ୟୁନିଅନ୍‌ର ସମ୍ପାଦକ ବଟକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଲୁକେଶ କୁମାର ସାହୁ, ଉପସଭାପତି ଦିବାକର ଷଡ଼ଙ୍ଗୀ, ସହସମ୍ପାଦକ ପୀତବାସ ଦାସ, ସହସଂପାଦକ ବିଭୂତି ଭୂଷଣ ପ୍ରଧାନ, ବଦ୍ରିନାରାୟଣ ମହାପାତ୍ର, ସନାତନ ଦଳବେହେରା, ନୀଳମାଧବ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe