ପେନସିଲ ସ୍କେଚ୍‌ରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

Advertisment
ପେନସିଲ ସ୍କେଚ୍‌ରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

ରାମଚନ୍ଦ୍ରପୁର :  ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପେନସିଲ ସ୍କେଚ ଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁର ଚିତ୍ତରଂଜନ ପତି  ଏବଂ କ୍ଷୀରାବ୍ଧିନନ୍ଦିନୀ ପତିଙ୍କ ଏକ ମାତ୍ର ଝିଅ ସୌମାଶ୍ରୀ ପତି (୧୬)।   କାଗଜରେ ପେନସିଲ୍‌ ମୁନରେ  ଆଙ୍କୁଥିବା ପ୍ରତ୍ୟେକ ଛବିକୁ ଦେଖିଲେ ତାଙ୍କ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡ଼େ।   ବିନା କୌଣସି ତାଲିମରେ ସେ ଜଣେ ନିଖୁଣ  ଚିତ୍ରକର ଭାବେ ପରିଣତ ହୋଇଛନ୍ତି।

ପିଲା ଦିନରୁ ଚିତ୍ର ଆଙ୍କିବା ପ୍ରତି  ଥିଲା ଅହେତୁକ ଦୁର୍ବଳତା।  ଏଥିପାଇଁ‌ ସେ ବିଦ୍ୟାଳୟ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ପୁରସ୍କୃତ  ହୋଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ସଚିନ ତେନ୍ଦୁଲକର, ବିରାଟ କାହଲି, ମଦର ଟେରେସା, ବରପୁତ୍ର ବିଜୁ ପଟନାୟକଙ୍କ ଅବିକଳ ଚିତ୍ର ଆଙ୍କି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ଏତେ କମ୍ ବୟସରୁ ବିନା ଗୁରୁରେ ଏଭଳି ନିଖୁଣ ଚିତ୍ର କଳା ତାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରମାଣ ଦେଇଛି। ସୌମାଶ୍ରୀ ଆଗକୁ ବଢ଼ିବାକୁ ପାଇଁ  ନିଜ ଉଦ୍ୟମରେ  ସୌମାଶ୍ରୀ ଆର୍ଟସ ନାମକ ଏକ ୟୁଟୁବ୍ ସାଇଡ ମଧ୍ୟ ଖୋଲି ନିଜ ହାତ ତିଆରି କଳାକୃତି ଅପଲୋଡ କରୁଛନ୍ତି। ସୌମାଶ୍ରୀ ସ୍ଥାନୀୟ କୁଶଳେଶ୍ବର ଆଞ୍ଚଳିକ ମହାବିଦ୍ୟାଳୟ  ରେକୁଟି ରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe