ଜରୁରି ପରିସ୍ଥିତିରେ କାରାବରଣ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଜରୁରି ପରିସ୍ଥିତିରେ କାରାବରଣ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଆନନ୍ଦପୁର : ୧୯୭୫ ମସିହାରେ  ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ସେହି ସମୟରେ ଏହାକୁ ବିରୋଧ କରି ବହୁ ବ୍ୟକ୍ତି କାରାବରଣ କରିଥିଲେ। ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଜେନାଙ୍କ ନେତୃତ୍ବରେ ଏହି ବ୍ୟକ୍ତିମାନଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରାମଚନ୍ଦ୍ରପୁରର ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ବାଇଁ, ସାହିତ୍ୟିକ ଗଦାଧର ମିଶ୍ର, ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ ପ୍ରମୁଖଙ୍କ ବାସଭବନକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଖାଳିଆମେଣ୍ଟା ମଣ୍ଡଳ ସଭାପତି ବିକାଶ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଦୀପାଞ୍ଜଳି ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe