ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ବୁଧବାର ଜିଲ୍ଲା ଯୁବ କଂଗ୍ରେସ ଆମରଣ ଅନଶନ ଆରମ୍ଭ କରିଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ଗୋଲାମୁଣ୍ଡା ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଉକ୍ତ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ବିଶେଷ କରି ବ୍ଲାକ ଲିଷ୍ଟରେ ଥିବା ଗ୍ରୁପଙ୍କୁ ଛତୁଆ ବଣ୍ଟନ ଦାୟିତ୍ବ ପ୍ରଦାନ କରାଯାଇଛି ତାଙ୍କୁ ବରଖାସ୍ତ କରାଯାଉ, ଛତୁଆ ବଣ୍ଟନ ପଛରେ ଥିବା ବେପାରୀମାନଙ୍କୁ ବରଖାସ୍ତ ଜରାଯାଉ। ଏହା ପଛରେ ଥିବା କର୍ମଚାରୀଙ୍କୁ ବରଖାସ୍ତ କରାଯାଉ। ଏହି କାର୍ଯ୍ୟାଳୟ ଜରିଆରେ ବଣ୍ଟନ ହେଉଥିବା ବିଭିନ୍ନ ସାମଗ୍ରୀରେ ଅନେକ ଦୁର୍ନୀତି ହୋଇଛି ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛି ଯୁବ କଂଗ୍ରେସ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆମରଣ ଅନଶନରେ ବସି ରହିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ।
ଦୁର୍ନୀତି ବିରୁଦ୍ଧରେ ଯୁବ କଂଗ୍ରେସର ଆମରଣ ଅନଶନ
Advertisment
Follow Us