କୋରାପୁଟ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ

Advertisment
କୋରାପୁଟ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀ ଓ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ, ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ କୋରାପୁଟ ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରାଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେଡିରେ ମିଶିଥିଲେ।

ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ନାଗରାଜ ଦୋରା। ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶ୍ରୀ ଦୋରା ପରବର୍ତ୍ତୀ ସମୟରେ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ସେ କୋରାପୁଟ ଜିଲ୍ଲା କଂଗ୍ରେସ କିଷାନ ସେଲ୍‌ର ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ। ପୂର୍ବତନ ବ୍ଲକ୍ କଂଗ୍ରେସ କମିଟି ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ବ୍ଲକର କୋଟପାଡ଼ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ ମଧ୍ୟ ବିଜେଡିରେ ମିଶିଥିଲେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ବୋଲି ଏହି ତିନି ନେତା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe