୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତକୁ କଟାକ୍ଷ କଲେ କଂଗ୍ରେସ ଓ ବିଜେପି

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତକୁ କଟାକ୍ଷ କଲେ କଂଗ୍ରେସ ଓ ବିଜେପି

ନୂଆପଡ଼ା : ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ନେତାମାନେ କଟାକ୍ଷ କରିଛନ୍ତି। ଏହି ଗସ୍ତକୁ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ବିରୋଧ କରି ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କହିଛନ୍ତି।

ବିଜେପି ନେତା ଶ୍ରୀ ପାଢ଼ୀ କହିଛନ୍ତି, ରାଜ୍ୟରେ କୌଣସି ପ୍ରକଳ୍ପ ବିଷୟରେ ରାଜ୍ୟର ମନ୍ତ୍ରୀ ଘୋଷଣା କରିବା କଥା। ହେଲେ, ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହିପରି କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ନେତାମାନେ ଜିଲ୍ଲାରେ ସଭାକରି ଜିଲ୍ଲାର ବିକାଶ ପାଇଁ ଅନୁଦାନ ଘୋଷଣା କରିଥିଲେ ତାକୁ ଜିଲ୍ଲାବାସୀ ସ୍ବାଗତ କରିଥା’ନ୍ତେ। ହେଲେ, ଜଣେ ସଚିବ ଗସ୍ତ କରି ଏପରି କରିବା ଗଣତନ୍ତ୍ର ପାଇଁ ଆଗକୁ ଅଶୁଭ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe