ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଓ ଚକଡ଼ା ପୋକ ନିରାକରଣ ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଥିବା ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛି। ଏହାର ଦୃଢ଼ ପ୍ରତିବାଦ କରିଛି କ˚ଗ୍ରେସ ଦଳ।
ଏକ ବିବୃତିରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ବିଜେଡ଼ି ସରକାରଙ୍କ ଚାଷୀ ମାରଣନୀତିକୁ ସମାଲୋଚନା କରିଛନ୍ତିି। ଯଦି ହଜାର ହଜାର ଚାଷୀଙ୍କ ପ୍ରତି ଏତେ ଦରଦ ତାହା େହଲେ ସଂସଦରେ ଅବିଶ୍ବାସ ପ୍ରସ୍ତାବ ବିତର୍କରେ ଭାଗନେଇ ରାଜ୍ୟର କୃଷକ ସମସ୍ୟା ଉପରେ ଆଲୋଚନା ନକରି ବିଜେଡି ସାଂସଦମାନେ କାହିଁକି ପଳାୟନ କଲେ? ସେ ପଟେ ସାମ୍ବାଦିକ ସମ୍ମିଳନୀରେ ସେହି ପ୍ରସଙ୍ଗରେ ଗର୍ଜନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।
Follow Us