ମହିଳାଙ୍କୁ ଦୁଷ୍କର୍ମ ନେଇ ବ‌ର୍ଷିଲା କଂଗ୍ରେସ, ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବିକଲା ଶ୍ବେତପତ୍ର

Advertisment
ମହିଳାଙ୍କୁ ଦୁଷ୍କର୍ମ ନେଇ ବ‌ର୍ଷିଲା କଂଗ୍ରେସ, ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବିକଲା ଶ୍ବେତପତ୍ର

4rth Eye News

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ୮ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୨୦୧୪ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୪୭୪୯ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ୩୮୫ଜଣ ମହିଳାଙ୍କ ସହିତ ଗଣଦୁଷ୍କର୍ମ ହୋଇଛି। ସେହିପରି ଅପହରଣ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ଦିଲ୍ଲୀ ପରେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଓଡ଼ିଶାର ସ୍ଥାନ ଦ୍ବିତୀୟ। ଏସବୁ ପରିସଂଖ୍ୟାନରୁୂ ରାଜ୍ୟରେ ମହିଳାଙ୍କ ସ୍ଥିତି ଦୟନୀୟ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ପ୍ରଦେଶ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପ ସଭାପତି ଯଜ୍ଞେଶ୍ବର ବାବୁ, ଶିବାନନ୍ଦ ରାୟ ଓ ବରିଷ୍ଠ ନାରୀନେତ୍ରୀ ସାବିତ୍ରୀ ଚୌଧୁରୀ ରାଜ୍ୟରେ ବର୍ଧିତ ମହିଳା ଅପରାଧ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଶେଷ କରି ଗତ ସପ୍ତାହକ ଭିତରେ ଜଟଣୀର ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା, ନୟାଗଡ଼ରେ ନାବାଳିକାକୁ ଅପହରଣ ଓ ଗଣଦୁଷ୍କର୍ମ, ଭଦ୍ରକରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ସାଂଘାତିକ ଅପରାଧ ଘଟଣାମାନ ଘଟିଛି। ଏଭଳି ମହିଳା ଅପରାଧ କ୍ଷେତ୍ରରେ କେତେଜଣ ଅଭିଯୁକ୍ତଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଶ୍ବେତପତ୍ର ଦାବି କରିଥିଲେ ସାବିତ୍ରୀ ଚୌଧୁରୀ।

ରାଜ୍ୟରେ ମଦ କାରବାର ବୃଦ୍ଧି ପାଉଥିବାରୁ ଏହା ମହିଳାଙ୍କ ଉପରେ ଅତ୍ୟାଚାରକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ। ଶ୍ରୀ ଯଜ୍ଞେଶ୍ବର କହିଲେ ଯେ ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ୧୯୫୬ରେ ଏକ ବିଲ୍‌ ବିଧାନସଭା‌େର ପାରିତ ହୋଇଥିଲା। ୧୯୫୭ରେ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। କିନ୍ତୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶନ ବିନା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। କଂଗ୍ରେସ କ୍ଷମତାକୁ ଆସିଲେ, ମହିଳା ଓ ଶିଶୁଙ୍କ ଉପରେ ଅପରାଧ ପାଇଁ ସ୍ବତନ୍ତ୍ର ଯାଞ୍ଚ ସଂସ୍ଥା ସହିତ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ। ସମସ୍ତ ସର୍ବଭାରତୀୟ ନିଯୁକ୍ତି କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe