ଭୁବନେଶ୍ବର : କଂଗ୍ରେସ ଭବନରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଚୂଡ଼ାନ୍ତ କରିବାକୁ ସ୍କ୍ରିନିଂ କମିଟି ବୈଠକ ଚାଲିଥିଲା ବେଳେ ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀର କିଛି କର୍ମୀ ବିରୋଧ କରିଥିଲେ। କଂଗ୍ରେସ ଭବନ ପରିସରରେ ଅସନ୍ତୁଷ୍ଟ କର୍ମୀମାନେ ତାଙ୍କ ବିରୋଧରେ ନାରାବାଜି କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ବିଧାୟକ ପିସି କାରବାର କରୁଥିବା ଅଭିଯୋଗ କରିଥିଲେ। ଏହି ସମୟରେ ବିଧାୟକ ଶ୍ରୀ ପ୍ରଧାନ କଂଗ୍ରେସ ଭବନରେ ଉପସ୍ଥିତ ଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାମାନେ ହସ୍ତେକ୍ଷପ କରି ସେମାନଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଶ୍ରୀ ପ୍ରଧାନ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ଏମିତି ଅଭିଯୋଗ ସବୁବେଳେ ଆସେ। ନିର୍ଦ୍ଦିଷ୍ଟ ଭାବେ ସେମାନେ ଅଭିଯୋଗ ଆଣି ତାହାକୁ ପ୍ରମାଣିତ କରାନ୍ତୁ।
କଂଗ୍ରେସ ଭବନରେ ବିଧାୟକଙ୍କୁ ବିରୋଧ
Advertisment
Follow Us