ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ କଂଗ୍ରେସ, ବିଜେପି ଓ ବିଜେଡି

ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ କଂଗ୍ରେସ, ବିଜେପି ଓ ବିଜେଡି

ଝାରସୁଗୁଡ଼ା: ଆସନ୍ତା ୩୧ ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସବୁ ଦଳ ବିରାଟ ପଟୁଆରରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସେଠାରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏଥିରେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ , ଝାରସୁଗୁଡା ପର୍ଯ୍ୟବେକ୍ଷକ ତଥା କଟକ ମହାନଗର ନିଗମ ମେୟର ସୁବାଷ ସିଂହ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରିତା ସାହୁ , ପୂର୍ବତନ ସାଂସଦ ଡ଼. ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଏହାପରେ ବିଜେପି ପକ୍ଷରୁ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀମତୀ ପଣ୍ଡାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାୟଗଡା ସାଂସଦ ଗୋମତି ସାଏ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ସନତ ଗଡ଼ତିଆ, ଅଶ୍ୱିନୀ ଷଡ଼ଙ୍ଗୀ, ଦେବେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାର ବହୁ ବିଜେପି ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ।

publive-image

କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ରାଜଗାଙ୍ଗପୁର ବିଧାୟକ ରଞ୍ଜନ ଏକ୍କା, ଜିଲ୍ଲା ସଭାପତି ଭାରତ ଅଗସ୍ତି, ବେଲପାହାଡ଼ ନଗରପାଳ ବୁଲୁ ପଣ୍ଡା, ମହେନ୍ଦ୍ର ନାୟକ, ପ୍ରମୋଦ ପଣ୍ଡା, ବ୍ରଜରାଜନଗର ଟାଉନ କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡା, ସୁବ୍ରତ ପ୍ରଧାନ, କିରଣ ଦାସ, ଗୀତା ପାନ, ଲିଙ୍ଗ ବଢ଼େଇ, ସୁନୀଲ ଦାଶ, ଗୁଡୁ ଦାସ, ସଂଜୟ ସିଂ, ଦେବେଶ ପଣ୍ଡା, ହେମସଗାର ପଟ୍ଟନାୟକ, ରିତେଶ ପଟେଲ ତଥା କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe