ଧର୍ମଶାଳା ତହସିଲ ଘେରାଉ

Advertisment
ଧର୍ମଶାଳା ତହସିଲ ଘେରାଉ

ଧର୍ମଶାଳା : କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ବରେ ସୋମବାର ପୂର୍ବାହ୍ଣରେ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ହଜାରହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଥିଲେ। ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆରୁ ସ୍ମୃତିରେଖା ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି ଧର୍ମଶାଳାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ନାରାବାଜି କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରୀମତୀ ପହି ତହସିଲ ପ୍ରଶାସନ ଓ ଶାସକ ଦଳ ବିରୋଧରେ ପ୍ରବଳ ବର୍ଷିଥିଲେ। କଳାପଥର, ମୋରମ୍, ବାଲି, ମାଟି ଆଦି ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣକୁ ରୋକିବା ଏବଂ ଚୋରାଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଲିଜ୍ ଅଞ୍ଚଳ ବାହାରୁ ଲିଜ୍‌ଧାରୀ କେତେ ପରିମାଣର ଅଧିକ ସାମଗ୍ରୀ ଉଠାଇଲେ, ଏହାର ମୂଲ୍ୟ ନିର୍ଦ୍ଧାରଣ କରି ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା, ବନ୍ୟାଜନିତ କ୍ଷତିପୂରଣ ପାଇବାରୁ ବଞ୍ଚିତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ, ବାଲିଚର ଜମିକୁ ଚାଷୋପଯୋଗୀ କରିବା ଏବଂ ଦୀର୍ଘବର୍ଷ ହେଲା ବାସ କରି ଆସୁଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଶ୍ରୀମତୀ ପହି ଦାବି କରିଥିଲେ।

ବ୍ଲକ୍‌ କଂଗ୍ରେସ ସଭାପତି ବନମାଳୀ ରାଉତ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ତରାଇ, ପୂର୍ବତନ ସମିତିସଭ୍ୟ ହିମାଂଶୁ ମହାପାତ୍ର ଓ ଯୁବନେତା ବିଭୂତିଭୂଷଣ ଜେନା ଯୋଗଦେଇ ତୁରନ୍ତ ଏହି ଦାବି ଗୁଡ଼ିକୁ ପୂରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବା ସହ ତହସିଲ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ। କଂଗ୍ରେସ ନେତା ନିତ୍ୟାନନ୍ଦ ବିଶ୍ବାଳ, ଅଚୁତାନନ୍ଦ ଜେନା, ତପନ ମାହୁନ୍ତ, ମୁଲ୍ଲା ମହମ୍ମଦ, ଦିଲୀପ ପ୍ରଧାନ, ସଦାନନ୍ଦ ସାମଲ, ମାଧବୀ ସିଂ, ସୁଶାନ୍ତ ମଲିକ, ସୁମିତ୍ରା ଦାସ, ରବିନାରୟଣ ଗିରି, ସ୍ବାଧୀନ ବରାଳ, ସେକ ଅଲ୍ଲି, ଆକାଶ ଦାସ ପ୍ରମୁଖ ବିକ୍ଷୋଭ ସଭାରେ ଯୋଗଦେଇଥିଲେ। ପରେ ତହସିଲଦାର ପ୍ରଶାନ୍ତ ସାମନ୍ତରାୟ ବିକ୍ଷୋଭସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ନିକଟରୁ ଦାବିପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe