କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ସଂଦେହ ପ୍ରକାଶ କଲେ ପିସିସି ସଦସ୍ୟ

କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ସଂଦେହ ପ୍ରକାଶ କଲେ ପିସିସି ସଦସ୍ୟ

ଜୟପୁର: ଏ ଯାଏଁ କଂଗ୍ରେସ ନିଜର ବିଧାନସଭା ଓଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜୟପୁରରେ ପିସିସି ସଭ୍ୟ ବିରେନ୍ ମ‌ୋହନ ପଟ୍ଟନାୟକ ଓ ପୂର୍ବତନ ଜିଲ୍ଲାସଭାପତି ଦୁର୍ଗା ଶଙ୍କର ସାହୁ ପ୍ରାର୍ଥୀ ଚୟନକୁ ନେଇ ସଂଦେହ ପ୍ରକାଶ କରିଛନ୍ତି।

ପ୍ରାର୍ଥୀ ଚୟନକୁ ଅବାଧ, ନିରପେକ୍ଷା, ସ୍ବଚ୍ଛ ରଖିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ଏକ ଆପ ପ୍ରଗମେନ୍ ଜରିଆରେ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଏହି ଆପ୍ ରେ ଆବେଦନ କରିବାକୁ ନିଷ୍ପତି ହୋଇଥିଲା। ଏଥିରେ ବହୁ ଆଶାୟୀ ଆବେଦନ କରିଛନ୍ତି। ତେବେ ଏହି ଆପର ଆବେଦନକାରୀଙ୍କୁ ନେଇ ପ୍ରାର୍ଥୀ ଚୟନ ହେବ ନାଁ ନାହିଁ ଏହାକୁ ନେଇ ସଂଦେହ ପ୍ରକାଶ କରିଛନ୍ତି ଉଭୟ। ନିରପେକ୍ଷ ଭାବେ ପ୍ରାର୍ଥୀ ଚୟନ କରାଯାଉ ବୋଲି ଉଭୟ କହିଛନ୍ତି। ତେବେ ଉଭୟ ପିସିସିକୁ  ଏନେଇ ଜଣାଇବା ବଦଳରେ ସାମ୍ବାଦିକ ସମ୍ମିଳନୀ ଡକାଇ କହିବାର କାରଣ ସ୍ପଷ୍ଟ କରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe