କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ

Advertisment

ସହରରେ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା, ଯୋଗଦେଲେ ବରିଷ୍ଠ ନେତା ନିରଞ୍ଜନ ଓ ଅନନ୍ତ

ସହରରେ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା, ଯୋଗଦେଲେ ବରିଷ୍ଠ ନେତା ନିରଞ୍ଜନ ଓ ଅନନ୍ତ

କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ

ଭଦ୍ରକ: ଗତକାଲି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ପୌରାଧ୍ୟକ୍ଷା ଗୁଲମକ୍କି ହବିବିଙ୍କ ସହ ହଜାର ହଜାର ସମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟରେ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଆଜି କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ସନ୍ଧ୍ୟା ସମୟରେ ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରୁ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଅସିତଙ୍କୁ ଭଦ୍ରକ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ଓ ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ, ଭଦ୍ରକ ଲୋକସଭା ପ୍ରାର୍ଥୀ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା କଂଗ୍ରେସ ସଭାପତି ତଥା ବାସୁଦେବପୁର ପ୍ରାର୍ଥୀ ଅଶୋକ ଦାସ ଯୋଗଦେଇ ପ୍ରଚାର ମାହୋଲକୁ ସରଗରମ କରିଥିଲେ। ଅନ୍ୟମମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ପ୍ରକାଶଜ୍ୟୋତି ମହାକୁଡ଼, ମହିଳା ନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ନଗର କଂଗ୍ରେସ ସଭାପତି ମୁକିତ ଖାନ, ଯୁବ କଂଗ୍ରେସ ନେତା ବଳରାମ ରାଉତ, ଦଳିତ ନେତା ରାଜେନ୍ଦ୍ର ଜେନାଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା, ଯୁବ କଂଗ୍ରେସ ନେତା, ଛାତ୍ର କଂଗ୍ରେସ ନେତା, ସଂଖ୍ୟାଲଘୁ ସେଲ୍‌ର ନେତାମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe