ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଆକ୍ରମଣକୁ କଂଗ୍ରେସର ନିନ୍ଦା

Advertisment

ବିଚାର ବିଭାଗୀୟ ତଦନ୍ତ ଦାବି

ବିଚାର ବିଭାଗୀୟ ତଦନ୍ତ ଦାବି

ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଆକ୍ରମଣକୁ କଂଗ୍ରେସର ନିନ୍ଦା

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢିଙ୍କିଆର ଗ୍ରାମବାସୀଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

ଏ ସମ୍ପର୍କରେ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର କହିଥିଲେ ଯେ ଢିଙ୍କିଆ ଚାରିଦେଶ ତଥା ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଞ୍ଚାୟତ ଏକ ଭାଇଚାରାର ଅଞ୍ଚଳ। ଏଠାକାର ଜନସାଧାରଣ ଧାନ, ପାନ ଓ ମୀନ ଉପରେ ସମ୍ପୂର୍ଣ୍ଣ ଜୀବିକା ନିର୍ଭର କରି ବହୁ ବର୍ଷ ଧରି ଚଳିଆସୁଛନ୍ତି। ଗତ ୨୦୦୫ ମସିହାରେ ରାଜ୍ୟ ସରକାର ଏଠାରେ ପୋସ୍କୋ କମ୍ପାନି ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରବଳ ଜନବିରୋଧ ଯୋଗୁଁ ୨୦୧୩ ମସିହାରେ ଏହି କମ୍ପାନି ଫେରିଯିବା ପାଇଁ ବାଧ୍ୟ ହୋଇଥିଲା। ପୁନଶ୍ଚ ରାଜ୍ୟ ସରକାର ୨୦୧୯ ମସିହାରେ ଜିନ୍ଦଲ କମ୍ପାନିକୁ ଏଠାରେ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେବା ଫଳରେ ପୁରୁଷ ପୁରୁଷ ଧରି ବସବାସ କରିଆସୁଥିବା ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଜୀବିକା ସଂପୂର୍ଣ୍ଣ ଭୂଷୁଡ଼ି ଯିବାକୁ ବସିଛି। ଏହି କମ୍ପାନି ପ୍ରତିଷ୍ଠାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କ ଉପରେ ଆଜି ପୁଲିସର ବର୍ବରୋଚିତ ଆକ୍ରମଣ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୂଣ୍ଣ କରିଛି। ସରକାର ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ସମାଧାନ ନ କରି ଜୋରଜବରଦସ୍ତ ଭାବେ ସେମାନଙ୍କର ଜମିକୁ ଅଧିକାର କରି କମ୍ପାନି ହାତକୁ କ’ଣ ପାଇଁ ଟେକି ଦେବାର ନିଷ୍ପତ୍ତି ନେଇଛନ୍ତି ? ଆଜି ପୁଲିସର ଏହି ଆକ୍ରମଣରୁ ମହିଳା ଓ ଶିଶୁମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ନିରସ୍ତ୍ର ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନଥାଇ ପୁଲିସ କାହା ଇଙ୍ଗିତରେ ଏବଂ କ’ଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ଏପରି ରକ୍ତାକ୍ତ ଆକ୍ରମଣ କଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ଘଟଣାର ବିଚାର ବିଭଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe