ନିର୍ବାଚନରୁ ଓହରିବେ ସଦର କଂଗ୍ରେସ ପ୍ରାର୍ଥୀ ରତ୍ନାକର ବେହେରା!

Advertisment
ହାତ ପାଇଁ ଅଡୁଆ ହେଲା ହାତୀ: ପ୍ରଭୁଙ୍କ ହାତରେ ଲକ୍ଷ୍ମୀପୁର

କଟକ,: ଅସୁସ୍ଥତା କାରଣରୁ ନିର୍ବାଚନରୁ ଓହରିପାରନ୍ତି କଂଗ୍ରେସର କଟକ ସଦର ଆସନରୁ ପ୍ରାର୍ଥୀ ରତ୍ନାକର ବେହେରା। କଟକ ସଦର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ରତ୍ନାକର ବେହେରାଙ୍କ ନାମ ଘୋ‌ଷଣା ହୋଇ ସାରିଥିବା ବେଳେ ସେ ଦୁଇ ଦିନ ତଳେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ହୃଦଘାତ ହୋଇଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ଷ୍ଟେଣ୍ଟ ଲଗାଯାଇଛି। ତାଙ୍କ ଅବସ୍ଥାରେ ଏବେ ସୁଧାର ଆସିଥିଲେ ବି ଡାକ୍ତର ତାଙ୍କୁ ବିଶ୍ରାମ ନେବା, ଉଚ୍ଚସ୍ବରରେ କଥାବାର୍ତ୍ତା ନକରିବା ଓ ଅଧିକ ଚଲାବୁଲା ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସେ ନିର୍ବାଚନ ଲଢିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ତାଙ୍କ ସ୍ଥାନରେ ପୁଅ ଅ ଇଂ ସୁଜିତ୍‌ ବେହେରା (ରାଜା) କଂଗ୍ରେସରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏସଂପର୍କରେ ରତ୍ନାକର ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଅସୁସ୍ଥତା ସଂପର୍କରେ ସୂଚନା ଦେବା ସହ ଏଭଳି ସ୍ଥିତିରେ ନିର୍ବାଚନ ଲଢିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଯଦି ଦଳ ଚାହିଁବ ତେବେ ପୁଅ କଟକ ସଦର ଆସନରୁ ଲଢିବା ପାଇଁ ଆଗ୍ରହୀ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe