ତୃତୀୟ ଦଫାରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ, ଜାଣନ୍ତୁ କେଉଁଠି କିଏ ଲଢ଼ିବେ ନିର୍ବାଚନ

ବେଗୁନିଆରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ରବିବାର ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ କହିଛନ୍ତି  ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରାଯାଇଛି। କଂଗ୍ରେସ ତାଲିକା ଅନୁସାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରିପୋଖରୀରୁ ନିର୍ବାଚନ ଲଢ଼ିବେ। ସେହିପରି ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକରୁ ପ୍ରାର୍ଥୀ କରିଛି।

ସୁନ୍ଦରଗଡ଼ ଜିଲ୍ଲା ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିଟାରିଆ ପ୍ରାର୍ଥୀ କରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ରଙ୍କୁ ଟିକେଟ ମିଳିଛି। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଚିରଞ୍ଜୀବି ବିଷୋୟୀଙ୍କ ସ୍ଥାନରେ ବିପିନଙ୍କୁ ଟିକେଟ୍‌ ମିଳିଛି।

ଅତାବିରାରୁ ଅଭିଷେକ ସେଠ୍‌, ତଳସରାରୁ ଦେବେନ୍ଦ୍ର ଭିଟାରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲିରୁ ଦିଲୀପ ଦୁରିଆ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ୍‌, ଦେବଗଡ଼ରୁ ସେମ୍‌ ହେମ୍ବ୍ରମ୍‌, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘସିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା, ପାଟଣାରୁ ହୃଷିକେଶ ନାଏକ, କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାଏକ, ଚମ୍ପୁଆରୁ ଯଶୋବନ୍ତ ଲାଘୁରୀ, ଯଶୀପୁରରୁ ଶ୍ୱେତା ଚତ୍ତର, ସାରସକଣାରୁ ରାମକୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବନ୍‌ରା, ବାଙ୍ଗିରିପୋଷିରୁ ମୁରଲୀଧର ନାଏକ, କରଞ୍ଜିଆରୁ ଲକ୍ଷ୍ମୀଧର ସିଂହ, ଉଦଳାରୁ ଦୁର୍ଗାଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମ୍‌, ମୋରଡ଼ାରୁ ପ୍ରଭାସ କରମହାପାତ୍ର, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ସୁଦର୍ଶନ ଜେନା, ସୋରରୁ ସୁବ୍ରତ ଧଡ୍ଡା, ସିମୁଳିଆରୁ ହିଂମାଶୁ ଶେଖର ବେହେରା, ଭଣ୍ଡାରିପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଭଦ୍ରକରୁ ଅସିତ ପଟ୍ଟନାୟକ, ବାସୁଦେବପୁରରୁ ଅଶୋକ ଦାସଙ୍କୁ କଂଗ୍ରେସ ଟିକେଟ୍‌ ମିଳିଛି।

ସେହିପରି ଧାମନଗରରୁ ରଞ୍ଜନ ବେହେରା, ଚାନ୍ଦବାଲିରୁ ଅମୀୟ ମହାପାତ୍ର, ବିଞ୍ଝାରପୁରରୁ କନକଲତା ମଲ୍ଲିକ୍‌, ବରୀରୁ ଆରତି ଦେଓ, ଧର୍ମଶାଳାରୁ କିଶନ ପଣ୍ଡା, ଯାଜପୁରରୁ ସୁଦୀପ କର, କୋରେଇରୁ ବନ୍ଦିତା ପରିଡ଼ା, ଢେଙ୍କାନାଳରୁ ସୁସ୍ମିତା ସିଂଦେଓ, ହିନ୍ଦୋଳରୁ ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପରଜଙ୍ଗରୁ ରଞ୍ଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳରୁ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରୁ ନରୋତ୍ତମ ନାୟକ, ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରୁ ବୀରେନ୍ଦ୍ର ବାଗ୍‌, ଖଡ଼ିଆଳରୁ କମଳ ଚରଣ ତାଣ୍ଡି, ବାଲିଗୁଡ଼ାରୁ ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବାରୁ ସଞ୍ଜୟ କୁମାର ସାହୁ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରୁ ମେହବୁବ ଅହମ୍ମଦ ଖାନ୍‌, ଚୌଦ୍ୱାର କଟକରୁ ମୀରା ମଲ୍ଲିକ, ନିଆଳିରୁ ଜ୍ୟୋତିରଂଜନ ମଲ୍ଲିକ୍‌ଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି।

କଟକ ସଦରରୁ ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁରରୁ ଆକ୍ୱିକ ଉଜମାନ ଖାନ୍‌, ପାଟକୁରାରୁ ରତିକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା, ପାରାଦୀପରୁ ନିରଞ୍ଜନ ନାୟକ, ତିର୍ତ୍ତୋଲରୁ ହିଂମାଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମାରୁ ଇ. ନଳିନୀ ସ୍ୱାଇଁ, ପୁରୀରୁ ସୁଜିତ ମହାପାତ୍ର, ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର, ଜୟଦେବରୁ ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ୱରରୁ ପ୍ରଶାନ୍ତ ଚମ୍ପତ୍ତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୂ ପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାଶ, କବିସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟରୁ ଚିତ୍ରସେନ ବେହେରା, ଆସ୍କାରୁ ସୁରଭି ବିଷୋୟୀ, ହିଞ୍ଜିଳିରୁ ରଞ୍ଜିକାନ୍ତ ପାଢ଼ୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ ଓ ଦିଗପହଣ୍ଡିରୁ ଶୀଧର ପାଢ଼ୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛ।

ସୂଚନାଯୋଗ୍ୟ, କଂଗ୍ରେସ ଶନିବାର ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଏହା ପୂର୍ବରୁ ୮ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସେହିପରି ଏପ୍ରିଲ ୨ରେ ଦଳ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe