ବୈଷୟିକ ଶିକ୍ଷାନୁଷ୍ଠାନର ସେମିଷ୍ଟାର ଫି ଛାଡ଼ କରିବାକୁ ଦାବି କଲା ଛାତ୍ର କଂଗ୍ରେସ

ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଅଗଷ୍ଟ ୧୫ରୁ ଶିକ୍ଷାବର୍ଷ

MissionNewswire

ଭୁବନେଶ୍ବର : କୋଭିଡ୍‌ ମହାମାରୀ ପ୍ରକୋପରେ ସାରା ବିଶ୍ବ ଜର୍ଜରିତ। ବିଗତ ୨ ମାସରୁ ଊର୍ଦ୍ଧ୍ବ ହେଲାଣି ସରକାର ତାଲାବନ୍ଦ ଘୋଷଣା କରିବା ଦ୍ବାରା ସମସ୍ତ ଶ୍ରମଜୀବୀମାନେ ସେମାନଙ୍କ ଜୀବିକା ହରାଇଛନ୍ତି। ତାଲାବନ୍ଦ ସମୟତକ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଟିଉସନ୍‌ ଫି ଛାଡ଼ କରିବାକୁ ସେଠାକାର ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଇନାହାନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଯଦି ସରକାର ଏ ଦିଗରେ କିଛି ନିଷ୍ପତ୍ତି ନ ନିଅନ୍ତି, ତାହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ରୁ ୪ ମାସ ପର୍ଯ୍ୟନ୍ତ ପିଲାମାନଙ୍କର ସ୍କୁଲ ଫି ଛାଡ଼ି କରିବାକୁ ବେସରକାରୀ ବିଦ୍ୟାଳୟମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ବିଦ୍ୟାଳୟଗୁଡ଼ିକ ଗ୍ରହଣ କରିନାହାନ୍ତି। ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ସେମିଷ୍ଟାର ଫି’ ସରକାର ଛାଡ଼ କରିବା ଦରକାର। ଶେଷ ବର୍ଷ ଡିଗ୍ରି ଛାତ୍ରଛାତ୍ରୀମାନଙ୍କୁ ପୂର୍ବ ପରୀକ୍ଷାଫଳ ଆଧାରରେ ୧୦% ଅଧିକ ମାର୍କ୍‌ ଦେଇ ଉତ୍ତୀର୍ଣ୍ଣ କରାଯାଉ। ଏହାସହିତ ଛାତ୍ରଛାତ୍ରୀମାନଙ୍କର ସମସ୍ତ ସ୍କୁଲ୍‌ ଦେୟ ଆଗାମୀ ୬ ମାସ ପାଇଁ ସରକାର ପଇଠ କରିବା ସହ ମାଗଣା ପାଠ୍ୟ ପୁସ୍ତକ ଓ ଉପକରଣ ଯୋଗାଇଦେବାକୁ ଶ୍ରୀ ଦାସ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe