Advertisment

ସରକାରୀ ନିଯୁକ୍ତିରେ ବୟସ ସୀମା ବୃଦ୍ଧି ପାଇଁ କଂଗ୍ରେସର ଦାବି

Advertisment
ସରକାରୀ ନିଯୁକ୍ତିରେ ବୟସ ସୀମା ବୃଦ୍ଧି ପାଇଁ କଂଗ୍ରେସର ଦାବି

ସୋନପୁର : ସରକାରୀ ନିଯୁକ୍ତିରେ ଆବଦେନ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିବା ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏହି ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ, ବିଭିନ୍ନ ଚାକିରିରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ପ୍ରତି ବର୍ଷ ପୂରଣ ହେଉ ନାହିଁ। ରାଜ୍ୟ ସରାକାର ସରକାରୀ ଚାକିରିରେ ପ୍ରାର୍ଥୀଙ୍କ ବୟସ ସୀମା ୩୨ ବର୍ଷ ରଖିଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଓଡ଼ିଶାରେ ସରକାରୀ ଚାକିରିରେ ବୟସସୀମା ୪୨ ବର୍ଷକୁ ବୃଦ୍ଧି କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ସଂଗଠନ ସଂପାଦକ ସୁଧୀର ପଣ୍ଡା, ବରୁଣ ସୁନା, ରାଜେନ୍ଦ୍ର ପ୍ରସାଦ ମେହେର, ତୁଷାରକାନ୍ତ ହୋତା, ରଞ୍ଜିତ ରାଏ, ସୂର୍ଯ୍ୟକାନ୍ତି ବାଘ, ସତ୍ୟଭାମା ମେହେର, ରାଜକିଶୋର ବାଦୀ, ନରେନ୍ଦ୍ର ସାହୁ, ନିମାଇଁ ପାଣିଗ୍ରାହୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

publive-image

ସରକାରୀ ନିଯୁକ୍ତିରେ ବୟସ ସୀମା ବୃଦ୍ଧି ପାଇଁ କଂଗ୍ରେସର ଦାବି
ବୌଦ୍ଧ : ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ହେଲେ ଓପିଏସ୍‌ସି, ଓଏସ୍‌ଏସ୍ଏସ୍‌ସି, ଓଏସ୍‌ଏସ୍‌ସି, ଏସ୍‌ଏସ୍‌ବି ଆଦି ବୋର୍ଡ ଦ୍ବାରା ପରିଚାଳିତ ବିଭିନ୍ନ ଚାକିରିରେ ପଦବି ଖାଲି ପଡ଼ିଛି। ଠିକ୍‌ ସମୟରେ ପଦବି ପୂରଣ ହେଉ ନଥିବାରୁ ଅନେକ ଆଶାୟୀ ଛାତ୍ରଛାତ୍ରୀଙ୍କ ଭବି‌ଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରୀ ଅବେଦନ କରିବାର ବୟସ ସୀମା ୩୨ ବର୍ଷ କରାଯାଇ ଥିବାରୁ ଅନେକ ଆଶାୟୀ ସରକାରୀ ଚାକିରୀରୁ ବଞ୍ଚିତ ହୋଇ ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଅବସାଦ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଶେଷ କରିବା ବେଳକୁ ଏହି ବୟସ ସୀମା ଅତିକ୍ରମ କରିଯାଉଛି। ତେଣୁ ଆବେଦନର ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିବାକୁ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସ କମିଟି ଦାବି କରିଛି।

ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମହେଶ୍ବର ପ୍ରଧାନ, ସଂପାଦକ ସତ୍ୟ ନାରାୟଣ ପୃଷ୍ଟି, ମହେନ୍ଦ୍ର ମହାକୁଡ ଓ ଶ୍ରବଣ ଭୁକ୍ତା, ଉପସଭାପତି ସୁଶୀଲ ହୋତା, କଣ୍ଟାମାଳ ନିର୍ବାଚନମଣ୍ଡଳୀ ଯୁବ ସଭାପତି କଳାକାର ଦଳବେହେରା, ବୌଦ୍ଧ ନିର୍ବାଚନମଣ୍ଡଳୀ ଯୁବ ସଭାପତି ଅବଦୁଲ କଲିମ ଖାନ, ଯୁବ କିସାନ ସେଲ ସଭାପତି ରଘୁନାଥ ପଲିଆ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ପୂର୍ବ ଜୋନ୍‌ ସଭାପତି ସଞ୍ଜୀବ ନାୟକ, ନୟାଜ ହୁସେନ, ପିସିସି ସଭ୍ୟ ରାଜ ସଞ୍ଜୀବ ଦେଓ ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe