କଂଗ୍ରେସର ଆଲୋଚନାଚକ୍ର : ‘ରାଜୀବ ଗାନ୍ଧୀ ବର୍ତମାନ, ଭବିଷ୍ୟତ ମଧ୍ୟ’

କଂଗ୍ରେସର ଆଲୋଚନାଚକ୍ର : ‘ରାଜୀବ ଗାନ୍ଧୀ ବର୍ତମାନ, ଭବିଷ୍ୟତ ମଧ୍ୟ’

ଭୁବନେଶ୍ୱର : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ପାଳିତ ହୋଇଛି। ଏହି ଅବସରରେ ‘ରାଜୀବ ଗାନ୍ଧୀ ଅତୀତ ନୁହେଁ, ବର୍ତମାନ ଓ ଭବିଷ୍ୟତ ମଧ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ରାଜୀବ ଗାନ୍ଧୀ ଜଣେ ଦୂରଦ୍ରଷ୍ଟା ଓ ବାସ୍ତବବାଦୀ ନେତା। ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ବୈଷୟିକ ଜ୍ଞାନକୌଶଳ ଓ ବିଜ୍ଞାନ କାରିଗରୀ ବିଦ୍ୟାକୁ ପ୍ରାଧାନ୍ୟ ଦେଇଥିଲେ। ଦେଶର ପ୍ରଗତିରେ ଯୁବକ ଯୁବତୀଙ୍କ ଯୋଗଦାନକୁ ଗୁରୁତ୍ୱାରୋପ କରି ସେ ୧୮ ବର୍ଷ ବୟସରେ ଭୋଟଦାନ ବ୍ୟବସ୍ଥା କରିଥିଲେ।

ଏହା ପୂର୍ବରୁ କଂଗ୍ରେସ ନେତୃବୃନ୍ଦ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ସେକ୍‌ ମସ୍ତାନ ଓ୍ଵାଲି, ରୁଦ୍ର ରାଜୁଙ୍କ ସମେତ ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ଶରତ ପଟ୍ଟନାୟକ, ଶରତ ରାଉତ, ସେକ୍‌ ମତଲୁବ୍‌ ଅଲ୍ଲୀ, ସୁରେଶ ରାଉତରାୟ, କୈଳାସ ଆଚାର୍ଯ୍ୟ, ଚିରଞ୍ଜୀବ ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ, ଜୟଦେବ ଜେନା, ଗୁରୁପଦ ନନ୍ଦ, ପ୍ରକାଶ ଦେବତା, ମନୋରଂଜନ ଦାସ, ଶିବାନନ୍ଦ ରାୟ, ସ୍ୱାଗତିକା ପଟ୍ଟନାୟକ ଏବଂ ଆହୁରି ଅନେକ ନେତା, କର୍ମୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe