୩ୟ, ୪ର୍ଥ ପର୍ଯ୍ୟାୟକୁ କଂଗ୍ରେସର ନଜର : ୫୪ ଜଣ କର୍ମକର୍ତାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ

Advertisment
୩ୟ, ୪ର୍ଥ ପର୍ଯ୍ୟାୟକୁ କଂଗ୍ରେସର ନଜର : ୫୪ ଜଣ କର୍ମକର୍ତାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ

freepressjournal.in

ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନ ଘମାଘୋଟ ପ୍ରଚାରରେ ପ୍ରତିପକ୍ଷ ବିଜେଡି ଓ ବିଜେପି ତୁଳନାରେ ପଛରେ ରହିଥିବା ଓଡ଼ିଶା କଂ‌ଗ୍ରେସ ବଡ଼ଧରଣର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ସାଙ୍ଗଠନିକ ସ୍ଥତିକୁ ମଜବୁତ୍‌ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ୫୨ଜଣ ଦଳୀୟ କର୍ମକର୍ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୫୨ ଜଣ କଂଗ୍ରେସ କର୍ମକର୍ତାଙ୍କୁ ନେତୃମଣ୍ଡଳୀଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି। ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଟି.ଏସ୍.ସିଂହଦେଓ ଏହି ନିଷ୍ପତ୍ତିକୁ ମଞ୍ଜୁରି ଦେଇଛନ୍ତି। ନିଯୁକ୍ତି ପାଇଥିବା ଦଳୀୟ କର୍ମକର୍ତାମାନେ ହେଲେ ଡଃ କାର୍ତିକେଶ୍ୱର ପାତ୍ର, ଉପେନ୍ଦ୍ର କୁମାର ନନ୍ଦ, କିଷାନ ପଣ୍ଡା, ଅମୀୟ କୁମାର ପଟ୍ଟନାୟକ, ଯ‌େଜ୍ଞଶ୍ବର ବାବୁ, ଚିତ୍ତରଂଜନ ଷଡଙ୍ଗୀ, ଡ. ବଦ୍ରି ନାରାୟଣ ପଟ୍ଟନାୟକ, ଜ୍ଞାନଦେବ ବେଉରା, ମାନସ ରଂଜନ କର, ରବୀନ୍ଦ୍ର କୁମାର ଶତପଥୀ, ଜିନେଶ କୁମାର ଦାସ, ପ୍ରଭାକର ନାୟକ, ସ୍ମୃତିରଂଜନ ସ୍ୱାଇଁ, ସତ୍ୟ ନାରାୟଣ ପାଣି, ଶୁଭପ୍ରସାଦ ପଣ୍ଡା, ଆଇନଜୀବୀ ସିଦ୍ଧାନ୍ତ ମହାନ୍ତି ଓ ରବୀନ୍ଦ୍ର ଆଚାର୍ଯ୍ୟ ମୁଖପାତ୍ର।

ଏଥିସହିତ, ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କୁ ସମସ୍ତ ବିଧାୟିକା, ସାଂସଦ ପ୍ରାର୍ଥୀମାନଙ୍କ ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଦୁଲାଲ ପ୍ରଧାନ, ସୁଧୀର ପଣ୍ଡା, ଆଇନଜୀବୀ ମୋତିଲାଲ ଦାସ, ଦିଲ୍ଲୀପ ପଣ୍ଡା, ଶାନ୍ତନୁ କୁମାର ସାହୁ, ସରୋଜ କୁମାର ସାହୁ, ହିନ୍ଦୁ ଜାମୁଡା, ସରୋଜ କୁମାର ପ୍ରଧାନ, ଜୟନ୍ତ କୁମାର ସାହୁ, ଅମୀୟ ପାଣ୍ଡବ, ସ୍ୱରୂପା ତ୍ରିପାଠୀ, ମନୋରଞ୍ଜନ ଦାଶ, ଦେବରୂପ ମହାନ୍ତି, ଆସଫ୍ ଅଲ୍ଲୀ ଖାଁ, ଉମାବଲ୍ଲଭ ରଥ, ସୁଧାନିଧି ମହାପାତ୍ର, ମାନସ ମଲ୍ଲିକ, ହଳଧର ସେଠୀ, ଶୁଭେନ୍ଦୁ ମହାନ୍ତି, ଆଲୋକ କୁମାର ଲେଙ୍କା, ଇଂ. ଆକାଶ ଭୂୟାଁ, ନିରୋଦ ଖୁଂଟିଆ, କାଜଲ କିରଣୀ ସାହୁ, ରାଜକିଶୋର ବାରିକ, ବୀରେନ୍ଦ୍ର ବାଗ, ଲିଙ୍ଗରାଜ ସାହୁ, ପ୍ରଦୀପ୍ତ କୁମାର ଦାସ, ରାଇଚରଣ ମହାନ୍ତି, ନିହାର ମହାନନ୍ଦ, ରଜନୀ ମହାନ୍ତି, ସୁନୀତା ବାଗ, ବିଧୁଭୂଷଣ ତ୍ରିପାଠୀ ଓ ପ୍ରଦୀପ ସ୍ୱାଇଁଙ୍କୁ ୩ୟ ଓ ୪ର୍ଥ ପର୍ଯ୍ୟାୟର ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡିକରେ ସ୍ୱତନ୍ତ୍ର ସହ ପର୍ଯ୍ୟବେକ୍ଷକ ରୂପେ ଦାୟିତ୍ୱ ଅର୍ପଣ କରାଯାଇଛି। ଏତଦ୍‌ବ୍ୟତୀତ ନରେଶ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ରୂପେ ନିଯୁକ୍ତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଜଣାଇଛନ୍ତି। ଶେଷମୁହୂର୍ତ୍ତରେ ଆଉ ୨ କର୍ମକର୍ତ୍ତାଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe