୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଓ ସମ୍ବିଧାନ-ଭାରତ ବଞ୍ଚାଅ ପଦଯାତ୍ରା

ବ୍ରହ୍ମପୁର: ମହାନଗରରେ କଂଗ୍ରେସ ମଂଗ ଧରିବ କିଏ?

financialexpress.com

ଭୁବନେଶ୍ବର : ଆସନ୍ତା ୨୮ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା।

ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ଅନୁସାରେ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଭବନରେ ପିସିସି ସଭାପତି ପତାକା ଉତ୍ତୋଳନ କରିବା ପରେ ଭାରତ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ ପଦଯାତ୍ରା ରାଜଭବନ ପର୍ଯ୍ୟନ୍ତ ଯିବ। କେନ୍ଦ୍ର ବିଜେପି ନେତୃତ୍ବାଧୀନ ସରକାରଙ୍କ ଜନମାରଣ ନୀତି, ଉତ୍କଟ ବେକାରୀ ସମସ୍ୟା, ଅର୍ଥନୈତିକ ମାନ୍ଦାବାସ୍ଥା, ଦରଦାମ ବୃଦ୍ଧି, ଦୁଷ୍କର୍ମ ଭଳି ଘଟଣାରୁ ନଜର ହଟାଇବା ଲାଗି ନାଗରିକତା ସଂଶୋଧନ ବିଧେୟକ ଲାଗୁ କରିବା ପାଇଁ ଚେଷ୍ଟିତ। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବିରୋଧରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତି ଅନୁ‌ରୋଧ କରିଛନ୍ତି।

ଏହି ପ୍ରସ୍ତୁତି ବୈଠକରେ ଅନନ୍ତ ପ୍ରସାଦ ସେଠୀ, ରଶ୍ମି ମହାପାତ୍ର, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଶୁଭେନ୍ଦୁ ମହାନ୍ତି, ମନୋରଂଜନ ଦାଶ, ପ୍ରଦୀପ ସ୍ବାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ (ଜୁନିୟର), ମନୋଜ ରାଉତ, ମଧୁମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ବିଶ୍ବଜିତ ଦାସ, ମନୋଜ ଜେନା, ରଜନୀ ମହାନ୍ତି, ହଳଧର ସେଠୀ, ରାଜକିଶୋର ବାରିକ, ନରେଶ ମହାନ୍ତି, ଦେଓ ପ୍ରସାଦ, ନାସିର ଖାଁ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ଜ୍ଞାନଦେବ ବେହୁରା, ସୁଭଦ୍ରା ମିଶ୍ର, ମନୋରଂଜନ ରାଉତରାୟ, ସୂର୍ଯ୍ୟ ନାରାୟଣ ପଣ୍ଡା, ଦୀପକ ମହାପାତ୍ର, ନିରଞ୍ଜନ ନାୟକ, ଜ୍ୟୋତିଷ ସାହୁ, ପ୍ରଶାନ୍ତ ଶତପଥୀ, ବିଶ୍ବଜିତ ଲେଙ୍କା, ପଦ୍ମାକର ଗୁରୁ, ସତ୍ୟସ୍ମିତ ମହାନ୍ତି ଓ ମନୋଜ ସାହୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe