୨୭ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପରିବର୍ତ୍ତନ ସମାବେଶ

୨୭ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପରିବର୍ତ୍ତନ ସମାବେଶ

ଖୋର୍ଦ୍ଧା: ଚଳିତ ମାସ ୨୭ ତାରିଖରେ କଂଗ୍ରେସ ଦଳ (ଆଇଏନ୍‌ସି)ପକ୍ଷରୁ ଖୋର୍ଦ୍ଧା ହାବେଳୀ ପଡ଼ିଆଠାରେ ପରିବର୍ତନ ସମାବେଶ ଆୟୋଜିତ ହେବ। ଏଥିରେ ପ୍ରାୟ ୧୨ହଜାରରୁ ଉର୍ଦ୍ଧ୍ବ ସେବାଦଳ ସଦସ୍ୟ, ମହିଳା କଂଗ୍ରେସ, ଛାତ୍ର ଓ ଯୁବ କଂଗ୍ରେସ ଆଦି ଛାମୁଆ ସଂଗଠନର ସଦସ୍ୟଙ୍କ ସହ ଦଳର ଅନେକ ବରିଷ୍ଠ କର୍ମକର୍ତା ଯୋ‌ଗ ଦେ‌ବେ ବୋଲି ଆଜି ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି।

ସଂଯୋଜକ ବିଶ୍ବଭୂଷଣ ଛୋଟରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ୨୭ ତାରିଖ ଦିନ ସବୁ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ସକାଳ ସାଢ଼େ ୯ଟାରୁ୧୦ଟା ମଧ୍ୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ହାବେଳୀ ପଡ଼ିଆରେ ପହଞ୍ଚିବ। ସେଠାରେ ସଭା ୨ରୁ ‌ଅଢ଼େଇ ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ସମସ୍ତ କଂଗ୍ରେସ ବିଧାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରମୁଖ ଯୋଗ ଦେବେ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ  ରଞ୍ଜନ ବରାଳ, ନଗର ଛାତ୍ର କଂଗ୍ରେସ ସଭାପତି ସ୍ବୟଂ ସ୍ବାଇଁ, ପ୍ରଦୋଷ ହରିଚନ୍ଦନ, ପ୍ରଦୋଷ ସାହୁ, ଜିତେନ୍ଦ୍ର ଚମ୍ପତ୍ତି, ନୃସିଂହ ମିଶ୍ର, ହଲିମ ଖାଁ, ସେବା ଦଳର ବିଭାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe