ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ: ସମ୍ବିତ ପାତ୍ର

Advertisment
ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ: ସମ୍ବିତ ପାତ୍ର

AajTak

ଭୁବନେଶ୍ୱର : କଂଗ୍ରେସ ଦଳ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର। ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ସମ୍ପୂର୍ଣ୍ଣ ଲିପ୍ତ ବୋଲି ସମସ୍ତଙ୍କୁ ଜଣାଅଛି। ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର ସଂପୃକ୍ତି କାରଣରୁ ବର୍ତମାନ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇ ବାହାରେ ବୁଲୁଛନ୍ତି। ଅର୍ଥ ହେରଫେର ମାମଲାର ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ। ସୋନିଆ ଗାନ୍ଧୀ ହାଜର ହୋଇନଥିବାବେଳେ ଆଜି ରାହୁଲ ଗାନ୍ଧୀ ହାଜର ହେବାର ଅଛି। ହେ‌ଲେ ଜାତୀୟ ସମ୍ପତ୍ତିକୁ ଚୋରି କରିଥିବା ଏବଂ ଧରାପଡ଼ିବା ଭୟରେ ଗାନ୍ଧୀ ପରିବାର ପୁଣି ନାଟକବାଜି ଆରମ୍ଭ କରିଦେଇଛନ୍ତି ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।

ରବିବାର ଦିନ ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଏବଂ ଜାତୀୟ ସମ୍ପତ୍ତିକୁ ଚୋରି କରିଥିବା ଅଭିଯୋଗରୁ ଖସିବା ପାଇଁ ଗାନ୍ଧୀ ପରିବାର ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କୁ ବଞ୍ଚାଇବା ପାଇଁ ଆସନ୍ତାକାଲି ସମସ୍ତ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀକୁ ଆଣି ସତ୍ୟାଗ୍ରହ କରିବାକୁ ଡାକରା ଦିଆଯିବା କେବଳ ଏକ ନାଟକବାଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe