ଓଡ଼ିଶା ପାଇଁ ଜାରି ହେଲା କଂଗ୍ରେସର ଆଉ ଏକ ତାଲିକା: ଜାଣନ୍ତୁ ‌କାହାକୁ କେଉଁଠାରୁ ମିଳିଲା ଟିକେଟ୍‌

କେନ୍ଦୁଝରରେ ବଦଳାଇଲା ପ୍ରାର୍ଥୀ

ଓଡ଼ିଶା ପାଇଁ ଜାରି ହେଲା କଂଗ୍ରେସର ଆଉ ଏକ ତାଲିକା: ଜାଣନ୍ତୁ ‌କାହାକୁ କେଉଁଠାରୁ ମିଳିଲା ଟିକେଟ୍‌

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ଓ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

କଂଗ୍ରେସ ଝାରସୁଗୁଡ଼ାରେ ଅମିତା ବିଶ୍ବାଳ, ବଡ଼ସାହିରେ କ୍ଷୀରୋଦ ଚନ୍ଦ୍ର ପାତ୍ର, ବିଭୂ ଭୂଷଣ ରାଉତ, କଣ୍ଟାମାଳରେ ମନୋଜ କୁମାର ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରେ ସିପ୍ରା ମଲ୍ଲିକ, ରାଜନଗରରେ ଅଶୋକ ପ୍ରତିହାରୀ, ମହାକାଳପଡ଼ାରେ ଲୋକନାଥ ମହାରଥୀ, ନିମାପଡ଼ାରେ ସିଦ୍ଧାର୍ଥ ରାଉତରାୟ, ପିପିଲିରେ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, ଖୋର୍ଦ୍ଧାରେ ସୋନାଲି ସାହୁ, ଚିଲିକାରେ ପ୍ରଦୀପ କୁମାର ସ୍ବାଇଁ, ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନ ଓ ଦଶପଲ୍ଲାରେ ନକୁଳ ନାୟକଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏଣେ ଏଯାଏ ୧୬ଟି ଆସନରେ ନାଁ ଘୋଷଣା କରିନି ବିଜେପି। ଠିକ୍ ସେହିପରି କଂଗ୍ରେସ ମଧ୍ୟ ୧୩୮ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୯ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe