ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ

Advertisment
ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ

ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। କଂଗ୍ରେସ ଏହି ୪୦ ଜଣିଆ ତାଲିକାରେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତାଙ୍କୁ ସାମିଲ କରିଛି।

ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିୟଙ୍କା ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଚିନ ପାଇଲଟ ଓ ଅଳକା ଲମ୍ବା ରହିଛନ୍ତି।

ସେହିପରି କଂଗ୍ରେସ ଏହି ତାଲିକାରେ କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଗିରିଧର ଗମାଙ୍ଗ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ନିରଂଜନ ପଟ୍ଟନାୟକ, କିଶୋର ପଟେଲ, ରାମଚନ୍ଦ୍ର ଖୁଣ୍ଟିଆ, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ଶ୍ରୀକାନ୍ତ ଜେନା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ସରତ ରାଉତ, ବିଜୟ କୁମାର ପଟ୍ଟନାୟକ, କୱାସୀ ଲଖମା, ମୋହନ ମରକାମ, ଲକ୍ଷେଶ୍ବର ବଘେଲ, ସଂଦୀପ ସାହୁ, ଦନସାରୀ ଅନସୁୟା, ଶିବାନନ୍ଦ ରାୟ, ବିଶ୍ବରଂଜନ ମହାନ୍ତି, ମିନାକ୍ଷୀ ବାହିନୀପତି, ରଂଜିତ ପାତ୍ର, ଜୟରାମ ପାଙ୍ଗି, ଖ୍ରୀଷ୍ଟୋଫର ତିଲକ ଓ ମହମ୍ମଦ ଶାହନୱାଜ୍‌ଙ୍କୁ ସାମିଲ କରିଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ପୂର୍ବରୁ ପ୍ରଚାର ତାଲିକା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe