ଭୁବନେଶ୍ବର : ରାଜ୍ୟରେ ଏକ କ୍ବିଣ୍ଟାଲ ଧାନ ଉତ୍ପାଦନ ନିମନ୍ତେ ୨୪ ଶହ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସ୍ବାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ଧାନ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୬୦୦ ଟଙ୍କା ହେବା ଉଚିତ। କିନ୍ତୁ କେନ୍ଦ୍ର ସରକାର ଧାନର କ୍ବିଣ୍ଟାଲ ପିଛା ସହାୟକ ମୂଲ୍ୟ ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଫଳରେ ରାଜ୍ୟର ଚାଷୀ ଉତ୍ପାଦନ ଖର୍ଚଠାରୁ ବହୁତ କମ୍ ପାଉଛନ୍ତି। ଚାଷୀ ଆତ୍ମହତ୍ୟାର ଏହା ଅନ୍ୟ ଏକ କାରଣ। ଏହାକୁ ବିଚାରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଧାନର ସହାୟକ ମୂଲ୍ୟ ଉପରେ କ୍ବିଣ୍ଟାଲ୍ ପିଛା ୮୦୦ ଟଙ୍କାର ବୋନସ ପ୍ରଦାନ କରିବାକୁ ପ୍ରଦେଶ କ˚ଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଦାବି କରିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ବୋନସ ଦିଅନ୍ତୁ: କ˚ଗ୍ରେସ କୃଷକ ସେଲ୍
Advertisment
Follow Us