ବାରବାଟୀ-କଟକରେ ପୁଣି କଂଗ୍ରେସ ବଡ଼ବଡ଼ ଚେହେରାଙ୍କୁ ହରାଇଲେ ଯୁବନେତ୍ରୀ ସୋଫିଆ ଫିର୍ଦ୍ଦୋସ୍

ବାରବାଟୀ-କଟକରେ ପୁଣି କଂଗ୍ରେସ ବଡ଼ବଡ଼ ଚେହେରାଙ୍କୁ ହରାଇଲେ ଯୁବନେତ୍ରୀ ସୋଫିଆ ଫିର୍ଦ୍ଦୋସ୍

ଭୁବନେଶ୍ବର: ବାରବାଟୀ-କଟକରେ ପୁଣି କମାଲ୍ କଲା କଂଗ୍ରେସ। ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ। ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍। କଟକବାସୀ ଯୁବନେତ୍ରୀ ସୋଫିଆଙ୍କୁ ସମର୍ଥନ ଦେଇଛନ୍ତି। ତେବେ ବିଜେପିର ପ୍ରତିଦ୍ୱନ୍ଦୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଜେଡିର ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ହରାଇ ବିଜୟୀ ହୋଇଛନ୍ତି ସୋଫିଆ।

ତେବେ ୨୦୧୯ରେ ବାରବାଟୀ ଆସନରେ କଂଗ୍ରେସର ମହମ୍ମଦ ମୋକିମ ବିଜୟୀ ହୋଇଥିଲେ। ୨୦୨୪ରେ ମୋକିମଙ୍କ ଝିଅଙ୍କୁ ଟିକେଟ୍ ଦେଇଥିଲା ଦଳ। ଆଉ ତାଙ୍କ ସାମ୍ନାରେ ବିଜେପି ଓ ବିଜେଡି ବଡ ନେତା ଏବଂ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଯାଦୁ ଆଗରେ ସମସ୍ତ ବିରୋଧୀ ପରାଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe