କଂଗ୍ରେସ ବିଧାୟକ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା; ବାହାଘରେ ଓ ସୋସିଆଲ ମିଡିଆରେ ଲୋକଙ୍କୁ ଯୋଡ଼ିବା ନେଇ ନିର୍ଦେଶ

Advertisment

ଟିକଟ ପାଇବାକୁ ହେଲେ ଲୋକଙ୍କ ସମର୍ଥନ ଯୋଗାଡ କର

ଟିକଟ ପାଇବାକୁ ହେଲେ ଲୋକଙ୍କ ସମର୍ଥନ ଯୋଗାଡ କର

କଂଗ୍ରେସ ବିଧାୟକ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା; ବାହାଘରେ ଓ ସୋସିଆଲ ମିଡିଆରେ ଲୋକଙ୍କୁ ଯୋଡ଼ିବା ନେଇ ନିର୍ଦେଶ

ରାୟଗଡା: ରାୟଗଡା କଂଗ୍ରସରେ ଏବେ ବିଧାୟକ ଟିକଟ ଆଶାୟୀଙ୍କ ସଂଖ୍ୟା ବଢଇବାରେ ଲାଗିଛି।ରାୟଗଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ୭ ଜଣ ଟିକଟ ଆଶାୟୀ ହୋଇଥିବା ବେଳେ ପିସିସିର ନିର୍ଦେଶ ଅନୁଯାୟୀ ଆଶାୟୀମାନେ କାମରେ ଲାଗିଯାଇଛନ୍ତି। ପ୍ରଥମତଃ ଯିଏ ବିଜେଡି ଓ ବିଜେପି ବାହାଘରେ ଯେତେ ଲୋକଙ୍କୁ ଏକତ୍ରିତ କରିପାରିବ ଏବଂ ବାହାଘର ସେତେ ଜାକଜମକରେ କରିବ ସେ ଟିକଟର ଅତି ନିକଟତର ହେବ ବୋଲି କୁହାଯାଇଛି। ସେହିପରି ସୋସିଆଲ ମିଡିଆରେ ୟିଏ ଯେତେ ଲୋକଙ୍କୁ ଯୋଡିପାରିବ ସେ ମଧ୍ୟ ଟିକଟର ସେତେ ନିକଟତର ହୋଇପାରିବ।

ବୁଧବାର ଦିନ ରାୟଗଡା ନିର୍ବାଚନ ମଣ୍ଡଳୀର ଆଶାୟୀମାନଙ୍କ ମଧ୍ୟରେ ଆପଲସ୍ବାମୀ କାଡ୍ରାକା ବିବାହ କାର୍ଯ୍ୟକ୍ରମ ଧୁମଧାମରେ ଆୟୋଜନ କରିଥିବା ବେଳେ ଆଜି ପୁଣି ଆଉ ଜଣେ ଆଶାୟୀ ପପୁ ମାଝି ବାହାଘରର ଆୟୋଜନ କରିଥିଲେ। ରୀତିନୀତି ଅନୁଯାୟୀ ବର କନ୍ୟା ବେଦୀରେ ବସିଥିଲେ। ଜଣେ ବିଜେଡି ହୋଇଥିବା ବେଳେ ଜଣେ ବିଜେପି ହୋଇଥିଲା। ବ୍ରାହ୍ମଣ ବେଦମନ୍ତ୍ର ପାଠ କରି ବିବାହ ସମ୍ପନ୍ନ କରିଥିଲେ। ବିଜେଡି କନ୍ୟା ସାଜିଥିବା ବେଳେ ବିଜେପି ବର ସାଜିଥିଲା।ମଙ୍ଗଳସୂତ୍ର ପିନ୍ଧାଇ ରୀତି ଅନୁଯାୟୀ ଏକତ୍ର ରହିବେ ବୋଲି ଶପଥ ନେଇଥିଲେ।ଭୋଜିର ଆୟୋଜନ ମଧ୍ୟ ହୋଇଥିଲା। ଲୋକେ ବିଜେଡି ଓ ବିଜେପିକୁ ଶୁଭ ଆର୍ଶିବାଦ ଦେଇଥିଲେ।

ତେବେ ଏହି ବିବାହ ଯିଏ ଯେତେ ଆଡମ୍ବର ଏବଂ ଯେତେ ଲୋକଙ୍କୁ ଏକତ୍ରିତ କରିପାରିବ ସେତେ ସେ ଟିକଟର ନିକଟତର ହୋଇପାରିବ ବୋଲି କୁହାଯାଇଛି।ସେହିପରି ଆଶାୟୀମାନେ ବଡ ବଡ ହୋଡିଂ ଲଗାଇ ତାର ଫଟୋ ତୁରନ୍ତ ଫଠାଇବାକୁ ନିର୍ଦେଶ ରହିଛି। ଏଥିରେ ମଧ୍ୟ ଆଶାୟୀ ଟିକଟର ନିକଟତର ହୋଇପାରିବେ।ତେବେ ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ଆଶାୟୀ ବିଜେଡି ଓ ବିଜେପିର ବାହାଘର ସଂପନ୍ନ କରିବା ସହ ପିସିସି ତରଫରୁ ଦିଆଯାଇଥିବା ସମସ୍ତ କାମକୁ ସାରିବା ପାଇଁ ନିର୍ଦେଶ ରହିଥିବା ଜଣାପଡିଛି। ସୋସିଆଲ ମିଡିଆରେ ଗ୍ରୁପ କରି କାଶୀପୁର, ରାୟଗଡା ଏବଂ ପୌର ପରିଷଦର ସମସ୍ତ ଲୋକଙ୍କୁ ଯୋଡିବା ସହ ପିସିସି ତରଫରୁ ଘୋଷଣା ହୋଇଥିବା ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ସେଥିରେ ଯୋଡି ନିଜର ପରାକ୍ରମ ଦେଖାଇବେ। ଜିଲ୍ଲାରେ ଏବେ କଂଗ୍ରେସ ତରଫରୁ କେବଳ ବାହାଘର ଚାଲିବ ବୋଲି ଜଣାପଡିଛି। ବିଜେପି ଓ ବିଜେଡି ଯେପରି ଲୋକ ଦେଖାଣିଆ ଭାବେ ଜଣେ ଆଉ ଜଣକ ଉପରେ ତେରଛା ବାଣ ମାରୁଛି,କିନ୍ତୁ ଭିତରେ ସଲାସୁତରା ହେଉଛନ୍ତି ତାହା ଲୋକଙ୍କ ଆଖି ଖୋଲୁଛି କଂଗ୍ରେସ ବୋଲି କଂଗ୍ରେସ ତରଫରୁ କୁହାଯାଇଛି। ତେବେ ଆଶାୟୀମାନଙ୍କ ମଧ୍ୟରୁ କିଏ ଟିକଟ ପାଇବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe