ବିଜେଡିରେ ଯୋଗଦେଲେ କଂଗ୍ରେସ ନେତା, ଶତାଧିକ କଂଗ୍ରେସ କର୍ମୀ ବି ସାମିଲ୍‌

Advertisment

ବିଜେଡିରେ ଆଦିବାସୀ ନେତା

ବିଜେଡିରେ ଆଦିବାସୀ ନେତା

ବିଜେଡିରେ ଯୋଗଦେଲେ କଂଗ୍ରେସ ନେତା, ଶତାଧିକ କଂଗ୍ରେସ କର୍ମୀ ବି ସାମିଲ୍‌

ଭୁବନେଶ୍ବର : ବାଲିକୁଦା-ଏରସମାର କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ଆଜି ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏରସମା ବ୍ଲକ ବାମଦେଇପୁରର କଂଗ୍ରେସ ସମର୍ଥିତ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ନୂଆଗାଁ ସେବା ସମବାୟ ସମିତି ସଭାପତି ନାରାୟଣ ବର୍ଦ୍ଧନ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସମୀର ରଞ୍ଜନ ସ୍ବାଇଁ, ବ୍ଲକ୍ ଓବିସି ସେଲ୍ ସଭାପତି ପ୍ରମୋଦ ରାଉତ, ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ, ପୂର୍ବତନ ସରପଞ୍ଚ କେଦାର କନଵର୍, ପୂର୍ବତନ ସମିତି ସଭ୍ୟ ପ୍ରମୋଦ ତରେଇ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜୋନ୍ କଂଗ୍ରେସ କମିଟି ସମ୍ପାଦକ ତଲାନ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଅଧିକାରୀ ପ୍ରଶାନ୍ତ ଦାସ, ଅଶ୍ବିନୀ ଦାସ, ଅମ୍ବିକି ପଞ୍ଚାୟତ କଂଗ୍ରେସ କମିଟି ସଭାପତି ପବିତ୍ର ଦାସ, ପୂର୍ବତନ ସରପଞ୍ଚ ଉର୍ମିଳା ମଲ୍ଲିକ, ଦିଲ୍ଲୀପ ବିଶ୍ବାଳ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରମୋଦ ମହାନ୍ତି, ଏରସମା ଜୋନ୍ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିକ୍ରମ ମହାପାତ୍ର, ସମ୍ପାଦକ ଅନନ୍ତ ନାରାୟଣ ସ୍ବାଇଁ, ଯୁବ କଂଗ୍ରେସର ମନୋଜ ବେଉରା, ସଂଗ୍ରାମ ମଲ୍ଲ, ପାଣି ପଞ୍ଚାୟତ ସମ୍ପାଦକ ସର୍ବେଶ୍ବର ବେଉରା, ଦିଲ୍ଲୀପ କୁମାର ବିଶ୍ବାଳ, ଏସସି ସେଲର ବଲ୍ଲଭ ସେଠୀ ପ୍ରମୁଖଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସମସ୍ତଙ୍କୁ ସ୍ବାଗତ କରି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ଯୋଗଦାନ ଜଗତସିଂହପୁର ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ, ସାଂସଦ ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ, ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ, ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ତନ୍ମୟ ସ୍ବାଇଁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ବିଜେଡିରେ ଆଦିବାସୀ ନେତା

ଫୁଲବାଣୀ: ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରୁ ଇସ୍ତଫା ଦେଇଥିବା କନ୍ଧମାଳର ଜଣାଶୁଣା ଆଦିବାସୀ ନେତା ତଥା ୨୦୧୪ ନିର୍ବାଚନ‌ର ବିଧାୟକ ପ୍ରାର୍ଥୀ ସୁଦର୍ଶନ କହଁର ଆଜି ବିଧିବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି। ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଫିରିଙ୍ଗିଆଠାରେ ନିର୍ବାଚନ ସଭା‌ରେ ଯୋଗ ଦେବାକୁ ଆସିଥିବା ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe