ବିଧାୟକଙ୍କୁ ଭେଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କଲେ କଂଗ୍ରେସ ନେତା ଏବଂ କର୍ମୀ

ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର କଂଗ୍ରେସ କର୍ମୀ ଘୁ.ଉଦୟଗିରି ବିଧାୟକଙ୍କୁ ସାକ୍ଷାତ କରି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି। ବିଧାୟକ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଶ୍ବାସନା ଦେଇଛନ୍ତି...

Congress leaders and workers met the MLAs and submitted a demand letter for resolving various issues.

Congress leaders and workers met the MLAs and submitted a demand letter for resolving various issues. Photograph: (sambad.in)

ଘୁ.ଉଦୟଗିରି: ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର କଂଗ୍ରେସ କର୍ମୀ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି।

କଂଗ୍ରେସ ଯୁବନେତା ଶଶାନନ୍ଦ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର, ଶୁଭ୍ରମନ୍ୟୁ ନାୟକ, ରାଜେଶ ସାହୁ, ଉମେଶ ପ୍ରଧାନ, ଅଜିତ ନାୟକ, ସନ୍ତୋଷ ପ୍ରଧାନ, ଯଶବନ୍ତ ପ୍ରଧାନ, ମହାନନ୍ଦ ପ୍ରଧାନ, ରୁବେନ କୁମାର ପ୍ରଧାନ, ଅନିଲ କୁମାର ପ୍ରଧାନ, ଦିଲୀପ ନାୟକ, କରଣ ପାଲ ପ୍ରଧାନ, ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ଦାବି ଗୁଡିକ ମଧ୍ୟରେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ମେଡିସିନି ସ୍ପେଶାଲିଷ୍ଟ ସମେତ ଅନ୍ୟାନ୍ୟ ପଦବୀ ପୁରଣ , ଘୁ.ଉଦୟଗିରି ସହରର ବାଇପାସ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସରକାରଙ୍କ ପାଖରେ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଆଦି ରହିଛି। 

ଅଧିକ ପଢ଼ନ୍ତୁ: ବିପୁଳ ପରିମାଣରେ ମଦ ଜବତ: ପୁଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ଫେରାର

ସେହିପରି ଘୁ. ଉଦୟଗିରି ସହର ମଧ୍ୟରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ବେପାର କରୁଥିବା ପରିବା ଚାଷୀ ଓ ବେପାରୀଙ୍କୁ ସ୍ୱତନ୍ତ୍ର ସ୍ଥାନ ଯୋଗାଇବା, ଶୀତଳ ଭଣ୍ଡାରର ପୁନଃରୁଧାର, ଘୁ. ଉଦୟଗିରି ସହରରୁ ବିଭିନ୍ନ ସହରକୁ ସରକାରୀ ବସ୍ ଚଳାଚଳ, ଚାଷ ଜମିକୁ ଜଳସେଚନ ସମେତ ସିର୍କି ଘାଇର ପୁନର୍ରୁଦ୍ଧାର ଇତ୍ୟାଦି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। 

ଏହି ଦାବି ଗୁଡିକ  ଘୁ.ଉଦୟଗିରି ବାସୀଙ୍କ ମୌଳିକ ଦାବି।  ଦାବି ପୂରଣ ନିତାନ୍ତ ଜରୁରୀ ବୋଲି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହିବା ସହ ଦାବି ପୂରଣ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ ବୋଲି ଆଶ୍ବାସନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ:ଜନ୍ମଦିନ ଅବସରରେ ଦଲାଇ ଲାମା କହିଲେ, ‘ମୁଁ ଜଣେ ସାଧାରଣ ବୌଦ୍ଧ ଭିକ୍ଷୁ’

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe