ଓଡ଼ିଶାର ୧୭ କଂଗ୍ରେସ ନେତାଙ୍କୁ ଭେଟିଲେ ରାହୁଲ, ନୂଆ ପିସିସି ସଭାପତି ନେଇ ନିଷ୍ପତ୍ତି ଶୀଘ୍ର

Advertisment
ଓଡ଼ିଶାର ୧୭ କଂଗ୍ରେସ ନେତାଙ୍କୁ ଭେଟିଲେ ରାହୁଲ, ନୂଆ ପିସିସି ସଭାପତି ନେଇ ନିଷ୍ପତ୍ତି ଶୀଘ୍ର

ଭୁବନେଶ୍ବର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା କଂଗ୍ରେସର ୧୭ ଜଣ ନେତାଙ୍କୁ ଆଜି ଭେଟିଛନ୍ତି । ସମସ୍ତଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କିଏ ସଭାପତି  ହେଲେ ଭଲ ହେବ ସେ ନେଇ  ରାହୁଲ ପ୍ରଶ୍ନ କରିଥିଲେ । ଏ ନେଇ ସମସ୍ତେ ନିଜ ନିଜର ମତ ଦେଇଛନ୍ତି । ଓଡ଼ିଶାର ନୂଆ ପିସିସି ସଭାପତିଙ୍କ ସମ୍ପର୍କରେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ଆସିପାରେ । କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ହିଁ ନୂଆ ସଭାପତି ଚୟନ ହେବ ବୋଲି ପୂର୍ବରୁ ଓଡିଶା ପ୍ରଭାରି ଚେଲ୍ଲା କୁମାର କହିଥିଲେ ।

ରାହୁଲଙ୍କୁ ଭେଟିଥିବା ୧୭ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁର ରାଉତରାୟ, ମହମ୍ମଦ ମୁକିମ, ଚିରଞ୍ଜିବ ବିଶ୍ବାଳ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଜୟଦେବ ଜେନା, ରାଜନ ଏକା, ସପ୍ତଗିରି ଉଲାକା ।

ଦିଲ୍ଲୀ ଯିବା ପୂର୍ବରୁ ସାଲୁଜା କହିଥିଲେ ଯେ ନୂଆ ପିସିସି ସଭାପତି ଚୟନ ଓ ୨୦୨୪ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ କରିବା ଓ ବିଧାୟକ ଦଳ ନେତା ଚୟନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe