ଓଡ଼ିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: ରାହୁଲ ଓ ସୋନିଆଙ୍କୁ ଭେଟିବେ

Advertisment
ଓଡ଼ିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: ରାହୁଲ ଓ ସୋନିଆଙ୍କୁ ଭେଟିବେ

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ` ଦୁଇ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇଥିବାର ସୂଚନା ମିଳିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମ ଦିଲ୍ଲୀ ଗସ୍ତରେ ଅଛନ୍ତି। ଗତକାଲି ତାରା ପ୍ରସାଦ ବାହିନୀପତି ଓ ଅଧିରାଜ ମୋହନ ପାଣିଗ୍ରାହୀ ଦିଲ୍ଲୀରେ ପହଞ୍ଚିଥିଲେ। ରମେଶ ଜେନା, ସନ୍ତୋଷ ସିଂ ସାଲୁଜା ଓ ରାଜନ ଏକାଙ୍କ ସହ ଦାଶରଥି ଗମାଙ୍ଗ ଆଜି ଦିଲ୍ଲୀ ଯିବେ। ଆସନ୍ତାକାଲି ବିଧାୟକମାନେ  ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ପିସିସି ସଭାପତି, ବିଧାୟକ ଦଳ ନେତା ପରିବର୍ତନ ସହ ୨୦୨୪ ପୂର୍ବରୁ ସଂଗଠନ ସୁଦୃଢ ନିମନ୍ତେ  ବ୍ୟାପକ ଆଲୋଚନା ହେବ ବୋଲି ଜଣାଯାଇଛି।

ଏଣେ ଦିଲ୍ଲୀ ଅଭିମୁଖେ ବାହାରିଲେ କଂଗ୍ରେସ ନେତା ଶରତ ପଟନାୟକ। ସେ କହିଛନ୍ତି, ପିସିସି ସଭାପତି ରେସରେ ମୁଁ ନାହିଁ । ଓଡ଼ିଶା ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଆମେ ସମସ୍ତେ ମାନିବୁ। ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ। ହାଇକମାଣ୍ଡଙ୍କୁ ଦଳ ର ସଂଗଠନ ଓ ସୁଦୃଢ ନେଉ ଅବଗତ କରାଇବୁ।

ସେପଟେ ଦିଲ୍ଲୀ ଯାତ୍ରା କଲେ କଂଗ୍ରେସ ନେତା ଜୟଦେବ ଜେନା। ଯିବା ପୂର୍ବରୁ ଗଣମଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ ବରଂ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହେବ, ଆଗମୀ ନିର୍ବାଚନରେ କେମିତି ଦଳ ମୁକାବିଲା କରାଯିବ ସେ ନେଇ ଆଲୋଚନା କରାଯିବ। ଓଡ଼ିଶାରେ କଂଗ୍ରେସ ଏବେ ଦୁର୍ବଳ ସ୍ଥିତିରେ ଅଛି। ୧୩୫ ବର୍ଷର ପୁରୁଣା କଂଗ୍ରେସ ଦଳକୁ ଓଡ଼ିଶାରେ ମଜଭୁତ କରାଯିବ।

ଦିଲ୍ଲୀ ଗଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଧାୟକ ରମେଶ ଜେନା। ସଭାପତି କିଏ ହେବ ଆସନ୍ତାକାଲି ଅଲୋଚନା ହେବ ଦିଲ୍ଲୀରେ। ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ଚୟନ ହେବ। ପୂର୍ବରୁ ପ୍ରଭାରୀ ଚେଲା କୁମାର ମତାମତ ନେଇ ସାରିଛନ୍ତି। ବିଧାୟକ ଦଳ ନେଇ ନେତା ହୋଇପାରେ ଆଲୋଚନା ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe