ଅକ୍ଟୋବର ୨ରୁ ମୋଟୁରୁ କଂଗ୍ରେସର ପଦଯାତ୍ରା

ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜି ଶ୍ରୀନିବାସ ରାଓ ମନୋନୀତ ହୋଇଛନ୍ତି। ଜିଲ୍ଲାରେ ୫ରୁ ୬ ଜଣ ପ୍ରମୁଖ ଦାବିଦାର ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଶ୍ରୀନିବାସ ଏହି ପଦବି ହାସଲ କରିବାରେ ସଫଳ ହୋଇଛନ୍ତି।

Mkg congress press meet (2)

ମାଲକାନଗିରି: ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜି ଶ୍ରୀନିବାସ ରାଓ ମନୋନୀତ ହୋଇଛନ୍ତି। ଜିଲ୍ଲାରେ ୫ରୁ ୬ ଜଣ ପ୍ରମୁଖ ଦାବିଦାର ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଶ୍ରୀନିବାସ ଏହି ପଦବି ହାସଲ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ତାଙ୍କୁ କିଛି ମାସ ପାଇଁ ଅନ୍ତରୀଣ ସଭାପତି ପଦବିରେ ଅବସ୍ଥାପିତ କରାଯାଇଥିଲା। ଆଜି ଜିଲ୍ଲା କଂଗ୍ରେସ ଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜଣେ ଦକ୍ଷ, ସାହସୀ, ନିଷ୍ଠାପର ଏବଂ ପରପୋକାରୀ ବ୍ୟକ୍ତି ଭାବେ ସେ ବେଶ ଜଣାଶୁଣା। ତାଙ୍କୁ ଜିଲ୍ଲା ସଭାପତି ଭାବେ ପିସିସି ଓ ଏଆଇସିସି ମନୋନୀତ କରିଥିବାରୁ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ଯେ ଜିଲ୍ଲାରେ ପୁଣି କଂଗ୍ରେସ ଗଡ଼ ଫେରିବ। ଆଗାମୀ ପଂଚାୟତ ନିର୍ବାଚନରେ କଂଗ୍ରେସ କିପରି ବିପୁଳ ପରିମାଣରେ ବିଜୟୀ ହେବ ତାକୁ ନେଇ ରଣନୀତି ପ୍ରସ୍ତୁତ ଚାଲିଛି। ସମସ୍ତ କର୍ମୀଙ୍କୁ ନେଇ କାମ କରିବି ବୋଲି କହିଥିଲେ।

ତେବେ ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ସେ ରାହୁଲ, ସୋନିଆ ଗାନ୍ଧୀ ଓ ରାଜ୍ୟ ସଭାପତି ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରୁ ମୋଟୁ ଠାରୁ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ପଦଯାତ୍ରା କରାଯିବା ନେଇ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ମାଲା ମାଡ଼ି, ଭିମା ବାର୍ଷେ, ପର୍ଶୁରାମ ଭକ୍ତ, ପଦ୍ମ ପାଙ୍ଗି, କେସୁ ରାଓ, କୃଷ୍ଣଚନ୍ଦ୍ର ଅନୁଗୁ, ଇର୍ମା ପୋଡ଼ିଆମୀ, ଶାନ୍ତି ପୋଡ଼ିଆମୀ ପ୍ରମୁଖ ଉପସ୍ଥିତ ଥିଲେ।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe