କଂଗ୍ରେସର ମତ ସଂଗ୍ରହ ସଭା‌, ଜନମତ ଆଧାରରେ ଦଳ ଇସ୍ତାହାର ପ୍ରସ୍ତୁତ କରିବ: ନିରଞ୍ଜନ

କଂଗ୍ରେସର ମତ ସଂଗ୍ରହ ସଭା‌, ଜନମତ ଆଧାରରେ ଦଳ ଇସ୍ତାହାର ପ୍ରସ୍ତୁତ କରିବ: ନିରଞ୍ଜନ

ବାଲେଶ୍ବର : ଜନମତ ଆଧାରରେ କଂଗ୍ରେସ ଦଳ ଇସ୍ତାହାର ପ୍ରସ୍ତୁତ କରିବ। ଏଥିପାଇଁ ଦଳର ନେତା ଓ କର୍ମୀମାନେ ଗାଁଗଣ୍ଡା ବୁଲିବେ। କଂଗ୍ରେସର ଜନବାଦୀ ଇସ୍ତାହାର ପାଇଁ ମତ ସଂଗ୍ରହ ସଭା‌ରେ ଯୋଗ ଦେଇ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଲେଶ୍ବରସ୍ଥିତ ପରିମିଟ୍‌ ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏବେ ରାଜ୍ୟରେ ୮୫ ଲକ୍ଷ ଯୁବକ ବେକାରୀ ଅଛନ୍ତି। ଚାକିରି ଖଣ୍ଡେ ପାଇଁ ସେମାନେ ବାରଦୁଆର ହେଉଛନ୍ତି। ୬୦ ଲକ୍ଷ ଯୁବକ ପେଟପାଟଣା ପାଇଁ ଓଡ଼ିଶା ଛାଡ଼ୁଛନ୍ତି। ବାଲେଶ୍ବରରେ ଜଣେ ଯୁବକଙ୍କୁ ସେ ଭେଟିଥିଲେ। ଏମ୍‌.ଟେକ୍‌ ହାସଲ କରିଥିବା ସେହି ଯୁବକ ସ୍ଥାନୀୟ ଗୋଟିଏ ଘରୋଇ କମ୍ପାନିରେ ମାତ୍ର ୬ ହଜାର ଟଙ୍କାରେ କାମ କରୁଛନ୍ତି। ଏପରିସ୍ଥିତି ବାଲେଶ୍ବରରେ ଲାଗି ରହିଛି, ତେବେ କୋରାପୁଟ, ବଲଙ୍ଗୀର ସ୍ଥିତି ଏଥିରୁ ଅନୁମାନ କରି ହେଉଛି। ରାଜ୍ୟରେ ଯୁବକମାନଙ୍କ ଅବସ୍ଥା ଯଦି ଏହି ଅବସ୍ଥା, ତେବେ ନିଯୁକ୍ତି ପାଇଁ ରାଜ୍ୟ ସରକାର କିଛି କରି ନାହାନ୍ତି। ଏହା କ’ଣ ଓଡ଼ିଶାର ବିକାଶର ପରିଭାଷା ବୋଲି ରାଜ୍ୟ ସରକାରଙ୍କୁ ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା କାର୍ଯ୍ୟକ୍ରମରେ ପୌ‌େରାହିତ୍ୟ କରିଥିଲେ। ଏହାପରେ ସଭାରେ ଉପସ୍ଥିତ ଥିବା ବିଭିନ୍ନ ବର୍ଗର ବ୍ୟକ୍ତି ପ୍ରଶ୍ନ କରିଥିଲେ। ପିସିସି ସଭାପତି ଶ୍ରୀପଟ୍ଟନାୟକ ସେମାନଙ୍କ ପ୍ରଶ୍ନର ଉତ୍ତର ଗୋଟିଏ ପରେ ଗୋଟିଏ ଦେଇଥିଲେ। ଇସ୍ତାହାର କମିଟି ସଭ୍ୟ ସୁଦର୍ଶନ ଦାସ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଜଗଦୀଶ ମହାନ୍ତି, ରାଜ୍ୟ କଂଗ୍ରେସ ଉପସଭାପତି ଅନନ୍ତ ସେଠୀ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe