କଂଗ୍ରେସ ତଥ୍ୟ ଅନୁସନ୍ଧାନ କମିଟିର ପ୍ରଥମ ବୈଠକ : ୩୦ ଜିଲ୍ଲା ଗସ୍ତ କରିବ ୬ଟି ସବ୍‌ କମିଟି, ୩୦ ସୁଦ୍ଧା ରିପୋର୍ଟ - ନରସିଂହ

Advertisment
ବିଧାନସଭା ଅଚଳ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ବିଜେଡି କହିଲା ଅସମ୍ଭବ

odishasuntimes.com

ଭୁବନେଶ୍ବର : ଗତ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ଦଳ ପାଇଁ ସୃଷ୍ଟି କରିଛି ଲଜ୍ଜାଜନକ ସ୍ଥିତି। ଏହି ପରାଜୟର କାରଣ ସଂପର୍କରେ ଖୋଳତାଡ଼ କରିବା ପାଇଁ ଗଠିତ ହୋଇଛି ତଥ୍ୟ ଅନୁସନ୍ଧାନ କମିଟି। ଏହି କମିଟି ଅଧୀନରେ ୬ଟି ସବ୍‌ କମିଟି ଗଠନ କରାଯାଇଛି। ସେହି କମିଟିଗୁଡ଼ିକ ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରିବ। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ସବ୍‌ କମିଟି ରିପୋର୍ଟ ଦେବେ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର।

ଆଜି କଂଗ୍ରେସ ଭବନରେ ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ସବ୍‌ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ସବ୍‌ କମିଟିରେ ୩ ଜଣ ଲେଖାଏଁ ସଦସ୍ୟ ରହିବେ। ପ୍ରତ୍ୟେକ ସବ୍‌ କମିଟି ୫ଟି ଲେଖାଏଁ ଜିଲ୍ଲା ଗସ୍ତ କରିବ। ସଦସ୍ୟମାନେ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ ପ୍ରାର୍ଥୀ, ନେତା, କର୍ମକର୍ତା, ବୁଦ୍ଧିଜୀବୀ ତଥା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିବ। ସେମାନେ କଂଗ୍ରେସ ଦଳର ପରାଜୟ କାରଣ ସଂପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବେ। ସେହିପରି ଆଗାମୀ ଦିନରେ କଂଗ୍ରେସ ଦଳ କିପରି ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିବ, ସେ ନେଇ ମଧ୍ୟ ପ୍ରସ୍ତାବ ଗ୍ରହଣ କରିବେ। ଆସନ୍ତାକାଲି ସବ୍‌ କମିଟିର ସଦସ୍ୟ ଏବଂ କେଉଁ କେଉଁ ଜିଲ୍ଲା ଗସ୍ତ କରିବେ ସେ ନେଇ ଅଧ୍ୟକ୍ଷ ଶ୍ରୀ ମିଶ୍ର ଚୂଡ଼ାନ୍ତ ତାଲିକା ଦେବେ ବୋଲି ସେ କହିଥିଲେ।

ଶ୍ରୀ ମିଶ୍ର କହିଲେ ଯେ ଆସନ୍ତା ୩୦ ତାରିଖରେ ୬ଟି ଯାକ ସବ୍‌ କମିଟି ରିପୋର୍ଟ ଦେବା ପରେ ସେ ନେଇ ତର୍ଜମା କରାଯିବ। ପରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ଜରିଆରେ ଏଆଇସିସିକୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏହି ବୈଠକରେ ୨୧ଜଣ ସଦସ୍ୟ ବିଶିଷ୍ଟ କମିଟିର କିଛି ସଦସ୍ୟ ଅନୁପସ୍ଥିତ ଥିଲେ। ତେବେ ସେମାନେ ପୂର୍ବରୁ ଅଧ୍ୟକ୍ଷଙ୍କୁ ସେମାନଙ୍କର ଅସୁବିଧା ସଂପର୍କରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe