ଖଣିଜ ଲୁଟ୍ ଦେଖି କଂଗ୍ରେସ ଖଣି କମିଟି ଚକିତ: ସ୍ବତନ୍ତ୍ର କମିସନ୍‌ ମାଧ୍ୟମରେ ତଦନ୍ତ ହେଉ, ବିଧାନସଭାରେ ପ୍ରସଙ୍ଗ ଉଠିବ

Advertisment

ଶନିବାର ପିସିସି ଖଣି କମିଟି ସୁନ୍ଦରଗଡ଼ ଆସି ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ। ଶାହା କମିସନଙ୍କ ଭଳି ଏକ ସ୍ବତନ୍ତ୍ର କମିସନ ଗଠନ କରି ଖଣି ଚୋରିର ତଦନ୍ତ କରାଯିବାକୁ କମିଟି ଦାବି କରିଛି।

ଶନିବାର ପିସିସି ଖଣି କମିଟି ସୁନ୍ଦରଗଡ଼ ଆସି ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ। ଶାହା କମିସନଙ୍କ ଭଳି ଏକ ସ୍ବତନ୍ତ୍ର କମିସନ ଗଠନ କରି ଖଣି ଚୋରିର ତଦନ୍ତ କରାଯିବାକୁ କମିଟି ଦାବି କରିଛି।

dgdgcvcv

ସୁନ୍ଦରଗଡ଼: ଶନିବାର ପିସିସି ଖଣି କମିଟି ସୁନ୍ଦରଗଡ଼ ଆସି ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ। ଶାହା କମିସନଙ୍କ ଭଳି ଏକ ସ୍ବତନ୍ତ୍ର କମିସନ ଗଠନ କରି ଖଣି ଚୋରିର ତଦନ୍ତ କରାଯିବାକୁ କମିଟି ଦାବି କରିଛି। ସୁନ୍ଦରଗଡ଼ରେ ରାଜ୍ୟର ସବୁଠୁ ବଡ଼ ଖଣିଜ କେଳେଙ୍କାରୀ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପ୍ରଥମେ ସାମନାକୁ ଆଣିବା ପରେ ହଇଚଇ ଖେଳି ଯାଇଥିଲା। ଏଭଳି ସ୍ଥିତିରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ର‌ମେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣି କମିଟିରେ ବିଧାୟକ ଅଶୋକ ଦାସ, ବିଧାୟକ ଡା. ସିଏସ୍‌ ରାଜେନ ଓ କମିଟିର ଜିଲ୍ଲା ସଂଯୋଜକ ନିର୍ମଳ ନାଏକ ଆଜି ଚୋରା ଖଣି ଅଞ୍ଚଳ ପରିଦର୍ଶନ କରିଛନ୍ତି।

କମିଟି ପ୍ରଥମେ ଏମ୍‌ସିଏଲ୍‌ର ବିସ୍ଥାପିତ ଗାଁ ତୁମୁଲିଆ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏମ୍‌ସିଏଲ କେମିତି ପ୍ରଶାସନକୁ ହାତ କରି ମନମାନି ଚଳାଇଛି, ସେ ସମ୍ପର୍କରେ କମିଟି ଆଗରେ ଫେରାଦ ହୋଇଥିଲେ ଗ୍ରାମବାସୀ। ବିଧାନସଭାରେ ସେ ଏ ପ୍ରସଙ୍ଗ ଉଠାଇବେ ଓ ବିସ୍ଥାପିତ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ କରିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ବାହିନୀପତି କହିଥିଲେ। ପରେ କମିଟି ଦିନତମାମ ଖଣିଜ ଲୁଟ୍‌ର ସ୍ଥିତି ଅନୁଧ୍ୟାନ କରିଥିଲା। ଗୋପାଳପୁର ନିକଟ ତେଲେନଡିହି ଜଙ୍ଗଲରେ ଖଣିଜ ଲୁଟ୍ ଦେଖି ସମସ୍ତେ ବିସ୍ମିତ ହୋଇଥିଲେ। ପରେ ଜାମକାନି ଯାଇ ବିସ୍ଥାପିତଙ୍କ ସହ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଆଲୋଚନା କରିଥିଲେ। ସେଠାରୁ ସିଲ୍ ହୋଇଥିବା କନିକା କୋଲ୍ ୱାସେରିକୁ ଯାଇ ଜବତ ଲକ୍ଷାଧିକ ଟନ୍ ବେଆଇନ କୋଇଲା ଦେଖି ହତବାକ୍ ହୋଇଥିଲେ। ୨୦ ବର୍ଷ ଧରି ସମସ୍ତଙ୍କ ଆଖି ଆଗରେ ଏତେବଡ଼ ଖଣିଜ ଲୁଟ୍ ଚାଲିଥିଲେ ବି ପ୍ରଶାସନ, ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବଡ଼ଧରଣର ରାଜସ୍ବ ହାନିକୁ ଆଖିବୁଜି ଦେବା ଦୁର୍ଭାଗ୍ୟଜନକ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ବାହିନୀପତି କହିଛନ୍ତି। ଏଠାରୁ କୋଇଲା ସବୁ ଛତିଶଗଡ଼ ଯାଉଥିଲା।

ଏହି ଘଟଣା ସାମନାକୁ ଆସିବାର ମାସେ ବିତିଗଲାଣି, ଏହା ସତ୍ତ୍ବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। କମିଟିର ଅନ୍ୟତମ ସଦସ୍ୟ ବିଧାୟକ ଅଶୋକ ଦାସ ପୂର୍ବ ବିଜେଡି ସରକାର ଓ ବର୍ତ୍ତମାନ ବିଜେପି ସରକାରଙ୍କ ପ୍ରୋତ୍ସାହନରେ ସୁନ୍ଦରଗଡ଼ରୁ ବ୍ୟାପକ କୋଇଲା ଚୋରି ହୋଇଥିବା କହିଥିଲେ। ସୁନ୍ଦରଗଡ଼ର ସଂରକ୍ଷିତ ଓ ରାଜସ୍ବ ଜଙ୍ଗଲରୁ ବେଆଇନ ଖଣିଜ ଲୁଟ୍‌ ଚାଲିଥିବାବେଳେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ କିପରି ଜାଣି ପାରିନଥିଲା ତାକୁ ନେଇ କଂଗ୍ରେସ ଆଗାମୀ ଦିନରେ ବିଧାନସଭାରେ ସରକାରଙ୍କୁ ଘେରିବ ବୋଲି ବିଧାୟକ ଡା. ଏକ୍କା କହିଥିଲେ। ରବିବାର ସକାଳେ କମିଟି ରାଜଗାଙ୍ଗପୁର ଯାଇ ସ୍ଥାନୀୟ ଲୋକଙ୍କ ସହ ଖଣି ଅନିୟମିତତା ଓ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଏ ପ୍ରସଙ୍ଗରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀ, ଖଣି ଉପନିର୍ଦ୍ଦେଶକ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଖଣି କମିଟି ଜିଲ୍ଲା ସଂଯୋଜକ ନିର୍ମଳ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe