କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

Advertisment
କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ଵର: କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ସେ ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି। ସୁରେଶ ରାଉତରାୟ ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ପୁରୁଣା କଥା ଦୋହରାଇଲେ। ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ। ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କଲେ। ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ।

ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ସୁର ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ପିସିସି ସଭାପତି ଚିଠିରେ ଉଲ୍ଲେଖ କରିଥିଲେ ଯେ, ଖୁବ୍‌ ନିକଟରେ ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସଂପର୍କରେ ଆପଣ ମନ୍ତବ୍ୟ ଦେଇ କହିଥିଲେ ଯେ, କଂଗ୍ରେସ ଦଳର ସଭାପତି କିଏ ହେବେ ସେ ସଂକ୍ରାନ୍ତରେ ନବୀନ ବାବୁ ନିଷ୍ପତ୍ତି ନିଅନ୍ତି। ଏହି ଖବର ପ୍ରକାଶିତ ହେବା କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି। ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷେ ଏଭଳି ବୟାନ ଶୋଭା ପାଉନାହିଁ। କେଉଁ ପରିସ୍ଥିତିରେ ଆପଣ ଏଭଳି ମନ୍ତବ୍ୟ ପ୍ରଦାନ କଲେ ସେ ସଂପର୍କରେ ସନ୍ତୋଷଜନକ ଉତ୍ତର ଖୁବ୍‌ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରୁଅଛି।

ନିକଟରେ କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ସୁର ରାଉତରାୟ ଗଣମାଧ୍ୟମରେ କହିଥିଲେ। ସେହି ସେହି ବୟାନ ଉପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe