odisha bytes
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଛି। ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଆକଳନ ବାହାରେ।
ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୁଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ନରସିଂହ ମିଶ୍ର। ସେ ଆହୁରି କହିଥିଲେ, ଏହି ଘଟଣାରେ ପୁଲିସ ଓ ଗୁଇନ୍ଦା ବିଫଳ ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲଣି। ଏହା ଏକ ସ୍ପର୍ଶକାତର ଘଟଣା। ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ଏ ବିଷୟରେ ଆଲୋଚନା କରାଯାଇ ନିର୍ଯାସ ବାହାର କରନ୍ତୁ। ନହେଲେ ସ୍ଥିତି ଆଗକୁ ଅଧିକ ସଂଗୀନ ହେବ।
wikidata.orgସୂଚନାଯୋଗ୍ୟ, ଗତକାଲି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି। ଏହି ମାମଲାରେ ମନୋଜ ମିଶ୍ର ଏବଂ ଅଶୋକ ଉଦଗାତାଙ୍କ ସମେତ ୧୯ ଜଣ ଗିରଫ ହୋଇଛନ୍ତି। ଏମାନେ ବର୍ଷ ବର୍ଷ ଧରି ନକଲି ସାର୍ଟିଫିକେଟର ରାକେଟ ଚଳାଇଥିଲେ। ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି। ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟର ରାକେଟ ଚାଲିଛି ।
ସେ ଆହୁରି କହିଥିଲେ, ଏ ରାକେଟରେ ବିଜେଡି ନେତାମାନେ ସମ୍ପୃକ୍ତ ଅଛନ୍ତି। ଆଇଟି ସେଲର ଉପଦେଷ୍ଟା ଅଛନ୍ତି। ଏହି ମାମଲାରେ ବିଜେଡିର ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି। ଜାଲି ସାର୍ଟିଫିକେଟ ଦେଇ ଅ, ଆ ଜାଣିନଥିବା ପିଲା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ହୋଇଛନ୍ତି। ଏମାନଙ୍କୁ ଏନଏସଏରେ ବୁକ୍ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।
Follow Us