କଂଗ୍ରେସ ବିଧାୟକ ଦଳ ନେତା ନେଇ ଅଙ୍କକଷା: ଦୌଡ଼ରେ ଆଗରେ ଅଛନ୍ତି ତାରା ବାହିନୀପତି

କଂଗ୍ରେସ ବିଧାୟକ ଦଳ ନେତା ନେଇ ଅଙ୍କକଷା: ଦୌଡ଼ରେ ଆଗରେ ଅଛନ୍ତି ତାରା ବାହିନୀପତି

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ, ଏନେଇ ଅଙ୍କକଷା ଜାରି ରହିଛି। ରାଜ୍ୟ ରାଜନୈତିକ ମହଲରେ ଏହାକୁ ନେଇ ନାନା କଳ୍ପନାଜଳ୍ପନା କରାଯାଉଛି। ବୁଧବାର ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାମ ଏଆଇସିସି ନିକଟକୁ ପଠାଯାଇଛି।

ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍। ତେବେ କଂଗ୍ରେସର ବିଧାୟକ ଦଳ ନେତା ଦୌଡ଼ରେ ଆଗରେ ତାରା ବାହିନୀପତି ଥିବା ନେଇ ଚର୍ଚ୍ଚା ହେଉଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି । ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ।

ଅପରପକ୍ଷରେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe