କଂଗ୍ରେସ ସଂଗଠନକୁ ଖୁବ୍‌ଶୀଘ୍ର ମଜଭୁତ୍ କରାଯିବ: ନିରଞ୍ଜନ

ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ନବସଂକଳ୍ପ ଚିନ୍ତନ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେବା ଅବସରରେ ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ଦ୍ବିବେଦୀ, ସଚିନ ପାଇଲଟ୍, କେ.ସି ଭେନୁଗୋପାଳ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଓଡ଼ିଶା କଂଗ୍ରେସ ସଂଗଠନକୁ କିପରି ଅଧିକ ମଜଭୁତ୍ ଓ ସଶକ୍ତ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ବତନ୍ତ୍ର ଭାବେ ସାକ୍ଷାତ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ସଂଗଠନକୁ ଅଧିକ ମଜଭୁତ୍ କରିବାକୁ ଆଲୋଚନା କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଖୁବ୍‌ ଶୀଘ୍ର ଓଡ଼ିଶା ଆସିବେ ଏବଂ ଓଡ଼ିଶାରେ ସଂଗଠନକୁ ମଜଭୁତ୍ କରିବାକୁ ଅଧିକ ସମୟ ଦେବେ ବୋଲି ଶ୍ରୀ ପଟ୍ଟନୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe