ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧ ବିଲକୁ ନେଇ କଂଗ୍ରେସ ପକ୍ଷରୁ ଚାଲିଥିବା କିଷାନ ଅଧିକାର ଓ ସତ୍ୟାଗ୍ରହ ଅଭିଯାନ ଆଜି ଉଦଯାପିତ ହୋଇ ଯାଇଛି। ଫୁଲବାଣୀ ସହର ମାଦିକୁନ୍ଦା ଛକରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ଅନାମ କୁମାର ନାୟକ, ଏଆଇସିସି ସଦସ୍ୟ ଘନ କୁମାର ଶବର, ଲୋକସଭା ସାଂସଦ ପ୍ରାର୍ଥୀ ତଥା ଯୁବନେତା ମନୋଜ କୁମାର ଆଚାର୍ଯ୍ୟ ପ୍ରମୁଖ କେନ୍ଦ୍ର ସରକାରଙ୍କ ଚାଷୀ ବିଲକୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ଚାଷୀ ବିଲ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ କନ୍ଧମାଳରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ସେମାନେ କହିଥିଲେ।
ଏହି ଅବସରରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ଓ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ତାଙ୍କ ଫଟୋଚିତ୍ରରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ବସନ୍ତ କୁମାର ପାଢୀ, ବିଜୟ କୁମାର ମହାନ୍ତି, ହେମନ୍ତ କୁମାର କର, ପୀତବାସ ପ୍ରଧାନ, ଦୁର୍ଯୋଧନ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ଦାସ, ବଳଦେବ ବେହେରା, ଗୌରଚରଣ ବେହେରା, ଶିବଶଙ୍କର ବେହେରା, ସଂଜୟ କୁମାର ଭଞ୍ଜ,ଏମଡି ସତାର, ନାରୀନେତ୍ରୀ ସାଇବାଣୀ କହଁରଙ୍କ ସମେତ ବହୁ ନେତା ଯୋଗ ଦେଇ ଇନ୍ଦିରାଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Follow Us