Congress picketing in the main street of the capital Photograph: (sambad.in)
ଭୁବନେଶ୍ବର: ଫକୀର ମୋହନ କଲେଜ ଛାତ୍ରୀଙ୍କର ନିଜ ଜୀବନ ନେବାକୁ ବିରୋଧ କରି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ଗୁରୁବାର ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି। ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି।
ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି। ତେବେ ଜରୁରୀକାଳୀନ ଗାଡ଼ିକୁ ଯିବାକୁ ଦିୖଆଯାଉଛି। ପୁଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଓଡ଼ିଶା ବନ୍ଦ ପାଳନ କରାଯାଉଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳର କର୍ମୀମାନେ ଲୋକଙ୍କୁ ନେହୁରା ହୋଇ ଗାଡ଼ି ମଟର ଅଟକାଉଥିବା ଦେଖିବାକୁ ମିଳୁଛି।
Fakir Mohan College | picketing
Follow Us