ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି

Advertisment
ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

financialexpress.com

ଭୁବନେଶ୍ୱର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରାଯିବ। ଆଜି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଏ ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ନେତା ଓ କର୍ମୀମାନଙ୍କ ମତାମତ ନିଆଯାଇଛି। ଲୋକଙ୍କ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ବ ଦେଇ ଏଣିକି ଗଣ ଆନ୍ଦୋଳନ କରିବାକୁ ଆଲୋଚନାରେ ସ୍ଥିର କରାଯାଇଛି।

ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ସମ୍ପ୍ରତି ଆମ ଦେଶ ଏକ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରୁଛି। ଦେଶର ଗଣତନ୍ତ୍ର, ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ତଥା ଲୋକତନ୍ତ୍ର ବିପଦରେ ପଡ଼ିଛି। ତୃଣମୂଳ ସ୍ତରରେ ଲୋଜମାନେ ସାମାଜିକ ନିରାପତ୍ତା ଓ ମୌଳିକ ଅଧିକାରଗୁଡ଼ିକରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପବିତ୍ର ରକ୍ଷା ବନ୍ଧନର ପବିତ୍ର ତିଥିରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ପ୍ରତି ୱାର୍ଡ଼ରେ ଥିବା ସଂଗଠନର ସକ୍ରିୟ କର୍ମୀଙ୍କୁ ଏକାଠି କରିବାକୁ ହେବ। ଏହାସହିତ ସେମାନଙ୍କୁ ରାଜନୈତିକ ସ୍ତରରେ ଶାଣିତ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ରାଜ୍ୟରେ ଏବେଠୁ ପଞ୍ଚାୟତ ରାଜ ସଂଗଠନକୁ ସୃଦୃଢ କରିବା ପାଇଁ ଜିଲ୍ଲା ସଭାପତିମାନେ ବିଭିନ୍ନ ପରାମର୍ଶ ଦେଇଥିଲେ।

ଏହି ଆଲୋଚନା ଚକ୍ରରେ ଆରଜିପିଆରଏସ ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ସମେତ ସଂଗଠନର ଜାତୀୟ ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ, ଜାତୀୟ ଆବାହକ ରଜନୀକାନ୍ତ ବାଡ଼, ଓଡିଶା ପ୍ରଭାରୀ ରାଜକୁମାର କିରାଡୁ, ସାଂସଦ ସପ୍ତଗିରି ଉଲାକା, ଏଆଇସିସି ସମ୍ପାଦକ ଶରତ ରାଉତ, ବିଧାୟକ ମହମ୍ମଦ ମୁକିମ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପିସିସି ସାମାଜିକ ଗଣମାଧ୍ୟମ ଅଧକ୍ଷ ଅଭିଷେକ ମହାନନ୍ଦ, ବିସ୍ମୟ ମହାପାତ୍ର, ସାମାଜିଜ ଗଣମାଧ୍ୟମ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ଚେତନ ମିଶ୍ରଙ୍କ ସମେତ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe