ତୁଳସୀ ଯାତ୍ରା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Advertisment
ତୁଳସୀ ଯାତ୍ରା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା: ରାୟଗଡା ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗଳବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଭାପତି ଶ୍ରୀ ଗମାଙ୍ଗ ପ୍ରକାଶ କରିଥିଲେ ଯେ କଂଗ୍ରେସର ତୁଳସୀ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାର ବିଷମକଟକ, ଗୁଣୁପୁର ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀରେ ସମସ୍ତ ପଞ୍ଚାୟତରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ ଚଳିତ ମାସ ୩୦ ତାରିଖରେ ଭୁବନେଶ୍ବର ଯାତ୍ରା କରାଯିବ।ଜିଲ୍ଲାର ସମସ୍ତ କର୍ମୀ, ସଂଗଠକ, ନେତା, ପଦାଧିକାରୀମାନେ ଏହି ତୁଳସୀ ଯାତ୍ରାରେ ସାମିଲ ହୋଇ ପ୍ରତ୍ୟେକ ଗାଁରୁ ତୁଳସୀ ସଂଗ୍ରହ କରି ଜିଲ୍ଲା ତରଫରୁ ଭୁବନେଶ୍ବର ପଠାଯିବ।ଏହାପରେ ଏହି ତୁଳସୀକୁ ପୁରୀ ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯିବ ବୋଲି କହିଥିଲେ।

ତେବେ ପୂର୍ବରୁ ମଧ୍ୟ କଂଗ୍ରେସ ସଂକୀର୍ତ୍ତନ ଯାତ୍ରା କରି ସଫଳ ହୋଇଥିଲା।ପୁରୀରେ ଚାରି ଦ୍ବାର ଖୋଲାନଯିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ତୁରନ୍ତ ଚାରିଦ୍ବାର ଖୋଲିବା ନେଇ କଂଗ୍ରେସ ଦାବି କରିଥିଲା। ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ତରଫରୁ ଜୋରସୋରରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଆଲୋଚନା ହେଉଛି।ଲୋକଙ୍କ ନିକଟରେ ପହଞ୍ଚି ଲୋକଙ୍କର ପ୍ରିୟଭାଜନ ହେବାକୁ କଂଗ୍ରେସ ଏବେ ଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଇଛି।ତେବେ ତୁଳସୀ ଯାତ୍ରା ମଧ୍ୟ ସଫଳ ହେବ ଏବଂ ଲୋକେ ଏହାକୁ ସମର୍ଥନ କରିବେ ବୋଲି ସଭାପତି ଶ୍ରୀ ଗମାଙ୍ଗ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe